ରାତିରେ କ୍ୟାପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ; ଚିକିତ୍ସା ବ୍ୟବସ୍ଥାର ତଦାରଖ ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଲେ, ଅସ୍ଥାୟୀ କର୍ମଚାରୀଙ୍କ ସହ କଲେ ଆଲୋଚନା

ରାତିରେ କ୍ୟାପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ; ଚିକିତ୍ସା ବ୍ୟବସ୍ଥାର ତଦାରଖ ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଲେ, ଅସ୍ଥାୟୀ କର୍ମଚାରୀଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ। ଶୁକ୍ରବାର ରାତିରେ ହସ୍ପିଟାଲ ବୁଲିବା ସହ ଚିତ୍କିତ୍ସା କିପରି ଚାଲିଛି ତଦାରଖ କରିଛନ୍ତି। ରୋଗୀ ମାନଙ୍କ ଯତ୍ନ କିପରି ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି ମୋହନ ମାଝି। ରୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଆଦି ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ବୁଝିଥିଲେ। ଏହା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବୁଝିଥିଲେ।

କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯାଇ ରୋଗୀ ମାନଙ୍କ ପାଇଁ ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେଠାରେ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ।

ଏହି ଅବସରରେ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ପାଉଣା ସମ୍ପର୍କରେ ବୁଝିଥିଲେ। ନୂଆ ବର୍ଦ୍ଧିତ ମଜୁରୀ ମିଳିବା ପରେ ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରୋଗୀ ସେବା ପରି ଏକ ମହାନ୍ କାର୍ୟ୍ୟରେ ନିଷ୍ଠାର ସହିତ ଦାୟିତ୍ଵ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe