ସ୍ୱାଭିମାନ ଅଂଚଳବାସୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ : ସିଧାସଳଖ କଥା ହୋଇ ବିକାଶ କାମର କଲେ ସମୀକ୍ଷା; ୯ଟି ପଂଚାୟତର ପ୍ରତ୍ୟେକ ଲୋକଙ୍କୁ ୪-ଜି ମୋବାଇଲ ବଂଟନ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

140

କନକ ବ୍ୟୁରୋ : ମାଲକାନଗିରିର ସ୍ୱାଭିମାନ ଅଂଚଳବାସୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସହିତ ସିଧାସଳଖ ଫୋନ ଯୋଗେ କଥା ହେଇଛନ୍ତି ନବୀନ ପଟ୍ଟନାୟକ । ଅଂଚଳରେ ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ୯ଟି ପଂଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋର-ଜି ମୋବାଇଲ ଫୋନ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଆରପଟେ ଥିବା ୯ଟି ପଂଚାୟତକୁ ବିଚ୍ଛିନ୍ନାଂଚଳ କୁହାଯାଉ ଥିବାବେଳେ ଏଠାକାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେଣୁ ଏସବୁ ଜନକଲ୍ୟାଣକାରୀ ଯୋଜନାଗୁଡିକ କେତେ ସଫଳ ହୋଇଛି, ସେନେଇ ଲୋକଙ୍କ ସହ ସିଧାସଳଖ କଥାହୋଇ ସମୀକ୍ଷା କରିଛନ୍ତି ନବୀନ । ଏଥିସହ ସ୍ୱାଭିମାନ ଅଂଚଳରେ ଭାରତୀ ଏୟାରଟେଲ ପକ୍ଷରୁ ୪-ଜି ଟାୱାର ସ୍ଥାପନ କରାଯାଇଛି ।

ତେଣୁ ୪-ଜି ସେବା ଆରମ୍ଭ ହୋଇଥିବାବେଳେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଂଚାଇବାକୁ ସରକାର ୯ଟି ପଂଚାୟତର ପ୍ରତ୍ୟେକ ଲୋକଙ୍କୁ ମୋବାଇଲ ଫୋନ ବଂଟନ କରିବାକୁ ନିଷ୍ପତି କରିଛନ୍ତି । ଏଠାରେ ଆଉ ୩ଟି ମୋବାଇଲ ଟାୱାରର ଯୋଜନା ରହିଛି । ଯାହାଫଳରେ ପିଲାମାନଙ୍କ ପାଠପଢାରେ ସୁବିଧା ହେବ । ୪୧୯ଟି ଡିପ୍ ବାରୋୱେଲ କରି ୧୭୦୦ ହେକ୍ଟର ଜମିକୁ ପାଣି ମିଳିବ ।

Comments are closed.