ନିଟ୍ ଟପ୍ପର ସୋଏବ ଅଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସଫଳତା ପାଇଁ ସୋଏବଙ୍କୁ ଜଣାଇଲେ ଅଭିନନ୍ଦନ । ସୋଏବଙ୍କ ଉଜ୍ୱଳ ଭବିଷ୍ୟତ କାମନା କଲେ ନବୀନ ।

234

କନକ ବ୍ୟୁରୋ : ନିଟ୍ ଟପ୍ପର ସୋଏବ ଅଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ ଯୋଗ ନବୀନ ସୋଏବଙ୍କ ସହ କଥା ହୋଇଛନ୍ତି । ସଫଳତା ପାଇଁ ସୋଏବଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ତାଙ୍କ ଉଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଫୋନ ପାଇ ଖୁସିବ୍ୟକ୍ତ କରିଛନ୍ତି ସୋଏବ ଅଫତାବ ।

ସୋଏବ ତଳିତ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସେ ପ୍ରଥମ ଛାତ୍ର ଭାବେ ଶତ ପ୍ରତିଶତର ନମ୍ବର ରଖିଛନ୍ତି । ନିଟ ପରୀକ୍ଷାର ଫୁଲ ମାର୍କ ୭୨୦ ହୋଇଥିବା ବେଳେ ସୋଏବ ୭୨୦ ନମ୍ବର ରଖିଛନ୍ତି । ସୋଏବଙ୍କ ଏହି ସଫଳତା ରାଜ୍ୟବାସୀଙ୍କୁ ଗର୍ବିତ କରିଛି ।

ଫିଜିକ୍ସରେ ୧୮୦ରୁ ୧୮୦, କେମେଷ୍ଟ୍ରିରେ ୧୮୦ରୁ ୧୮୦, ବାୟୋଲୋଜିରେ ୩୬୦ ରୁ ୩୬୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି ସୋଏବ । ରାଉରକେଲା ଅଞ୍ଚଳର ୧୮ ବର୍ଷୀୟ ସୋଏବ ନିଟ୍ ପରୀକ୍ଷା କଠିନ ପରିଶ୍ରମ କରି ଆସୁଥିଲେ ।