ପୁରୀରେ ଐତିହ କରିଡର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଏହାସହ ୩ ମାସ ଭିତରେ ଜମି ଅଧଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମ ପାଇଁ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ବ୍ୟବସ୍ଥା ।

236

କନକ ବ୍ୟୁରୋ : ପୁରୀ ଐତିହ କରିଡରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୩ ମାସ ଭିତରେ ଜମି ଅଧିଗ୍ରହଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପାଇଁ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ବ୍ୟବସ୍ଥା ।

ସୁରକ୍ଷା ପାଇଁ ଥିବା ଉପକରଣ ଭକ୍ତଙ୍କ ଦର୍ଶନରେ ବାଧା ନଦେଉ । ସୁରକ୍ଷାର ସହ ଭକ୍ତମାନେ ଯେପରି ଠାକୁରଙ୍କୁ ଦର୍ଶନ କରିବେ ସେହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଐତିହ କରିଡର ପ୍ରକଳ୍ପ ନକ୍ସାରେ ଏନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସୌନ୍ଦ ର୍ଯ୍ୟକରଣ ସମୀକ୍ଷା ପାଇଁ ପହଞ୍ଚିଥିଲେ । ସେଠାରେ ମନ୍ଦିର ଚାରିପାଖେ ବୁଲି ଉନ୍ନୟନ କାମର ଅନୁଧ୍ୟାନ କରିଥିଲେ । ଏହି ସମୟରେ ଉନ୍ନୟନ କମିସନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।