କନକ ବ୍ୟୁରୋ : ପୁରୀ ଐତିହ କରିଡରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୩ ମାସ ଭିତରେ ଜମି ଅଧିଗ୍ରହଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପାଇଁ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ବ୍ୟବସ୍ଥା ।
ସୁରକ୍ଷା ପାଇଁ ଥିବା ଉପକରଣ ଭକ୍ତଙ୍କ ଦର୍ଶନରେ ବାଧା ନଦେଉ । ସୁରକ୍ଷାର ସହ ଭକ୍ତମାନେ ଯେପରି ଠାକୁରଙ୍କୁ ଦର୍ଶନ କରିବେ ସେହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଐତିହ କରିଡର ପ୍ରକଳ୍ପ ନକ୍ସାରେ ଏନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସୌନ୍ଦ ର୍ଯ୍ୟକରଣ ସମୀକ୍ଷା ପାଇଁ ପହଞ୍ଚିଥିଲେ । ସେଠାରେ ମନ୍ଦିର ଚାରିପାଖେ ବୁଲି ଉନ୍ନୟନ କାମର ଅନୁଧ୍ୟାନ କରିଥିଲେ । ଏହି ସମୟରେ ଉନ୍ନୟନ କମିସନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/WhatsApp-Image-2020-10-17-at-7.30.02-PM-1.jpeg)