କନକ ବ୍ୟୁରୋ: ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା । ଆଇନ ଅନୁଯାୟୀ ତାଙ୍କୁ ଯେତେ ଶୀଘ୍ର ହେବ ନ୍ୟାୟ ଦିଆଯିବ । ସେଥିପାଇଁ ମୋ ସରକାର ପ୍ରତିଶ୍ରୁତିବଧ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୈତିକ କରଣ କରାଯାଉଛି । ସେମାନଙ୍କ ପରିବାର ହାତଯୋଡି ଅନୁରୋଧ କରିଛନ୍ତି ଏହାକୁ ନେଇ ରାଜନୀତି ନ କରାଯାଉ । ଫାଷ୍ଟ ଟ୍ରାକ କୋର୍ଟ ରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ ।

Advertisment

ଆହୁରି କହିଛନ୍ତି କି, ହାଇକୋର୍ଟଙ୍କ ନିର୍ଦେଶରେ ଅବସର ପ୍ରାପ୍ତ ଜିଲ୍ଲା ଜଜ ଙ୍କ ଦ୍ୱାର ତଦନ୍ତର ମନୀଟର କରାଯାଉଛି । ଜୁଡ଼ିସାରି ଉପରେ ଆମର ବିଶ୍ୱାସ ରହିଛି । ପୋଲିସ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କାର୍ୟ୍ୟ କରୁଛି । ବିନା ଭୟରେ ପୋଲିସ କାର୍ୟ୍ୟ କରୁଛି । ଯଦି କୌଣସି ପ୍ରମାଣ ଥାଏ ଯେତେ ବଡ଼ ଲୋକ ହେଲେ ବି ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ । ଯଦି କିଛି କାହା ପାଖରେ ପ୍ରମାଣ ରହିଛି ସେମାନେ କୋର୍ଟ କୁ ଦିଅନ୍ତୁ । ବିଧାୟକ ମାନଙ୍କୁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ଯଦି ସେମାନେ ତାଙ୍କ ଦାୟିତ୍ୱ ଠିକ ଭାବେ ନ କରିବେ ତେବେ ତାହା ଖରାପ ପରମ୍ପରା ସୃଷ୍ଟି ହେବ । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଗୃହ କାର୍ୟ୍ୟରେ ସହଯୋଗ କରନ୍ତୁ ।

ମମିତା ମେହେର ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିବା ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ବି ଦେଇଛନ୍ତି ପରାମର୍ଶ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟା ଆସୁଛି । କୋଭିଡ ମହାମାରୀ ସମସ୍ୟା ସୃଷ୍ଟି କରିଛି । ସେପଟେ ଚାଷୀଙ୍କ ସମସ୍ୟା, ଚାଉଳ ନ ଉଠିବା । କେବିକେ ଓ ଆଦିବାସୀ ବହୁଳ ଜିଲ୍ଲାକୁ କୁ ଘର ଯୋଗାଇବା ବନ୍ଦ କରିବା, କେନ୍ଦ୍ରୀୟ ଅନୁଦାନ କାଟିବା , ଗ୍ୟାସ ଦର ବୃଦ୍ଧି ସମେତ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।