କନକ ବ୍ୟୁରୋ: ଆଜି ‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ‘ମୋ ବସ୍’ ପାଇଁ ଦୁଇଟି ଅତ୍ୟାଧୁନିକ ଡିପୋ କରାଯାଇଛି । ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ । ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଏହି ଡିପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ଉଦଘାଟନ କରିଛନ୍ତି ।ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ରହିଥିବା ବେଳେ, ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି । ୨ବର୍ଷ ତଳୁ ଏହି ଦୁଇଟି ଡିପୋର କାମ ଆରମ୍ଭ ହୋଇଥିଲା । ପରିବହନ ଭବନ ଠାରେ ୧୧୦ଟି ଓଏସଆରଟିସିର ନୂଆ ବସ ଚଳାଚଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/E-K-DyqVkAcW1xw.jpg)