ବଦଳିଲା ସୁଆଣ୍ଡୋର ରୂପ। ଗୋପବନ୍ଧୁଙ୍କ ପ୍ରତିମୂର୍ତି ଓ ସଂଗ୍ରହାଳୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

99

ଏ ଜଗତେ କାହା ପୁଅ ବା କାହାର
ସମସ୍ତ ମାୟା ଭିଆଣ,
ସାର୍ଥକ ଜନମ ତାର ଏକ ସିନା
ପରହିତେ ଯା’ର ପ୍ରାଣ
କନକ ବ୍ୟୁରୋ: ସତରେ ଏଭଳି ସେହି ଯୋଗଜନ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ହିଁ ଲେଖିପାରିିବେ । ଗୋପବନ୍ଧୁ ଦାସ, ନାଁଟି କାନରେ ବାଜିବା ମାତ୍ରେ, ମନରେ ଯେଉଁ ଧାରଣା ଆସେ, ସେଥିରେ ଥାଏ, ତ୍ୟାଗ, ସେବା, ଦେଶପ୍ରୀତି ଓ ଜାତିପ୍ରୀତି । ଯାହାଙ୍କ ମାର୍ଗଦର୍ଶନରେ ଆଜି ବି ଓଡ଼ିଶାର କୋଟି କୋଟି ଲୋକ ବାଟ ଚାଲୁଛନ୍ତି, ସେଇ ସୁଆଣ୍ଡୋ ମାଟିର ସନ୍ତାନଙ୍କ ଜନ୍ମଭୂମିର ହୋଇଛି ନବକଳେବର । ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁଆଣ୍ଡୋରେ ଶୋଭା ପାଉଛି ଉକ୍ରଳମଣୀଙ୍କ ସୁଉଚ୍ଚ ପୂର୍ଣ୍ଣ ଅବୟବ ପ୍ରତିମୂର୍ତୀ । ୧୫ ଫୁଟର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିବା ବେଳେ ବିକଶିତ ଶିବ ମନ୍ଦିର, ପୋଖରୀ, ଗୋପବନ୍ଧୁ ମ୍ୟୁଜିୟମ ଏବଂ ପୈତୃକ ବାସଗୃହର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ସୂଚନା କେନ୍ଦ୍ରର ସୁବିଧା ମଧ୍ୟ କରାଯାଇଛି ।

୫ଟି ଉପକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହିକ୍ରମରେ ସୁଆଣ୍ଡୋର ନବକଳେବର କରିଛନ୍ତି ରାଜ୍ୟ ସରକାର । ସ୍ୱାଧୀତନା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶା ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି ଏବଂ ମାନବିକତା ପ୍ରତି ଗୋପବନ୍ଧୁଙ୍କ ଅବଦାନକୁ ଏହି ସଂସ୍କାର ଏକ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଉଛି ।