ସହରାଞ୍ଚଳ ରାସ୍ତାଘାଟ, ନର୍ଦ୍ଦମା ମରାମତି ପାଇଁ ୫ ଶହ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

454

କନକ ବ୍ୟୁରୋ: ପୁଣି ଚମକିବ ସହରାଞ୍ଚଳର ରାସ୍ତା । ଆଉ ସଡକ ଜନିତ କୌଣସି ଅସୁବିଧା ଭୋଗିବେନି ସହରବାସୀ । ଶନିବାର ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡିଥିବା ବିଭିନ୍ନ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ୫ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଖାଲି ସେତିକି ନୁହେଁ ଏହି ସବୁର ଉନ୍ନତିକରଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରାସ୍ତାଘାଟର ସ୍ଥିତି ଶୋଚନୀୟ ଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସହରବାସୀ ନାନାଦି ଅସୁବିଧା ଭୋଗ କରୁଥିଲେ । ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି । ଏଥିସହ ଆଗକୁ ପୌର ନିର୍ବାଚନ ହେବାକୁ ଅଛି, ତେଣୁ ଏହା ପୂର୍ବରୁ ଭୋଟରଙ୍କୁ ଖୁସି କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ଏହି ଚର୍ଚ୍ଚା ହେଉଛି ।