ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିବା ବେଳେ ସ୍ୱାସ୍ଥ୍ୟ ଉପରେ ଜୋର ଦେଲେ ନବୀନ 

127

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ  । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିବା ବେଳେ ଏହି ଦାବି ରଖିଛନ୍ତି ନବୀନ  । ଏହାସହ ଅନୁଗୁଳରେ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ସେ ଦାବି ରଖିଛନ୍ତି । ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଶୀ  । ବୈଠକ ବେଳେ କ୍ଲିନ ଏନେର୍ଜି ଶକ୍ତି ବାବଦରେ ୬୦ ପ୍ରତିଶତ ଅଂଶ ପାଇଁ ମଧ୍ୟ କେନ୍ଦ୍ର ନିକଟରେ ଦାବି ଜଣାଇଛି ଓଡ଼ିଶା  ।