କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଦେଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ କେଉଁ ଜିଲ୍ଲାକୁ ମିଳିଲା କେତେ ?

Advertisment
ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ

କନକ ବ୍ୟୁରୋ: କୋଭିଡ ପରିଚାଳନା ପାଇଁ ରାଜ୍ୟର ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା ପାଇଁ ୪.୬୨ କୋଟି ଟଙ୍କା ଦିଆଯାଇଛି । ସେହିପରି ପୁରୀକୁ ୨କୋଟି ଓ ସୁବର୍ଣ୍ଣପୁରକୁ ୧ କୋଟି ଟଙ୍କା ଦିଆଯାଇଛି । ଏ ସମସ୍ତ ଟଙ୍କା ସିଏମଆରଏଫ ପାଣ୍ଠିରୁ ଦିଆଯାଇଛି ।

ପୂବ ର୍ରୁ ପୁରୀ ଜିଲ୍ଲା ପାଇଁ ୧୪,୫୯,୭୪,୪୦୮ ଟଙ୍କା ଘୋଷଣା ହୋଇଥିବା ବେଳେ ଏବେ ଆହୁରି ୨ କୋଟି ଦିଆଯାଇଛି । ଏହାକୁ ମିଶାଇ ପୁରୀକୁ ମୋଟ ୧୬,୫୯,୭୪,୪୦୮ ଟଙ୍କା ଦିଆଯିବ । ସେହିପରି ପୂର୍ବରୁ ସୁବର୍ଣ୍ଣପୁରକୁ ୨ କୋଟି ୫୦ ଲକ୍ଷ ଦିଆଯାଇଥିବା ବେଳେ ଏବେ ଆଉ ୧ କୋଟି ଘୋଷଣା ହୋଇଛି । ସମ୍ବଲପୁର ପାଇଁ ପୂର୍ବରୁ ୧୧ କୋଟି ୫୦ ଲକ୍ଷ ଘୋଷଣା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe