କନକ ବ୍ୟୁରୋ: କୋଭିଡ ପରିଚାଳନା ପାଇଁ ରାଜ୍ୟର ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା ପାଇଁ ୪.୬୨ କୋଟି ଟଙ୍କା ଦିଆଯାଇଛି । ସେହିପରି ପୁରୀକୁ ୨କୋଟି ଓ ସୁବର୍ଣ୍ଣପୁରକୁ ୧ କୋଟି ଟଙ୍କା ଦିଆଯାଇଛି । ଏ ସମସ୍ତ ଟଙ୍କା ସିଏମଆରଏଫ ପାଣ୍ଠିରୁ ଦିଆଯାଇଛି ।
ପୂବ ର୍ରୁ ପୁରୀ ଜିଲ୍ଲା ପାଇଁ ୧୪,୫୯,୭୪,୪୦୮ ଟଙ୍କା ଘୋଷଣା ହୋଇଥିବା ବେଳେ ଏବେ ଆହୁରି ୨ କୋଟି ଦିଆଯାଇଛି । ଏହାକୁ ମିଶାଇ ପୁରୀକୁ ମୋଟ ୧୬,୫୯,୭୪,୪୦୮ ଟଙ୍କା ଦିଆଯିବ । ସେହିପରି ପୂର୍ବରୁ ସୁବର୍ଣ୍ଣପୁରକୁ ୨ କୋଟି ୫୦ ଲକ୍ଷ ଦିଆଯାଇଥିବା ବେଳେ ଏବେ ଆଉ ୧ କୋଟି ଘୋଷଣା ହୋଇଛି । ସମ୍ବଲପୁର ପାଇଁ ପୂର୍ବରୁ ୧୧ କୋଟି ୫୦ ଲକ୍ଷ ଘୋଷଣା ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Naveen-Patnaik-1587990825.jpg)