ବରିଷ୍ଠ ଅଭିନେତା ମିହିର ଦାସଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ବରିଷ୍ଠ ଅଭିନେତା ମିହିର ଦାସଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

କନକ ବ୍ୟୁରୋ: ଆଉ ନାହାନ୍ତି ଓଲିଉଡର ବର୍ଷିୟାନ ଅଭିନେତା ମିହିର ଦାସ । ଆଜି ତାଙ୍କର ଦେହାନ୍ତ ହୋଇଛି । ମଲ୍ଟି ଅର୍ଗାନ ଫେଲୁଅର ରୋଗରେ ସେ ପୀଡିତ ଥିଲେ । ତାଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇ ଯାଇଛି ସାରା ଓଡିଶା । ତାଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀଲାଲ୍ ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସେହିପରି ଗଣେଶୀ ଲାଲ ଟ୍ୱିଟ କରି ଲେଖିଛନ୍ତି, ଓଡ଼ିଆ ସିନେଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଜଣାଇଛି। ସ୍ବର୍ଗତ ଦାସ ଜଣେ ଶୀର୍ଷ ସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe