ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜ: ତିନି ରଥରେ ଜାରି ରହିଛି ଛେରାପହଁରା ନୀତି

Advertisment
ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜ: ତିନି ରଥରେ ଜାରି ରହିଛି ଛେରାପହଁରା ନୀତି

କନକ ବ୍ୟୁରୋ: ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜ । ମହାପ୍ରଭୁଙ୍କ ଆଳତୀ ବନ୍ଦାପନା ସହ ଚାମର ସେବା କଲେ ଗଜପତି ମହାରାଜ । ରଥରେ ଜାରି ରହିଛି ଛେରାପହଁରା ନୀତି । ପ୍ରଥମେ ପ୍ରଭୁ ବଳଭଦ୍ର ପରେ ମା’ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ । ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ କରିବେ ଛେରାପହଁରା । ୩ ଠାକୁର ରଥାରୂଢ ହେବା ପରେ ମହାବାହୁଙ୍କୁ ଦେଖିବାକୁ ବଡଦାଣ୍ଡରେ ଲୋକଙ୍କ ଗହଳି । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe