କନକ ବ୍ୟୁରୋ: ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜ । ମହାପ୍ରଭୁଙ୍କ ଆଳତୀ ବନ୍ଦାପନା ସହ ଚାମର ସେବା କଲେ ଗଜପତି ମହାରାଜ । ରଥରେ ଜାରି ରହିଛି ଛେରାପହଁରା ନୀତି । ପ୍ରଥମେ ପ୍ରଭୁ ବଳଭଦ୍ର ପରେ ମା’ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ । ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ କରିବେ ଛେରାପହଁରା । ୩ ଠାକୁର ରଥାରୂଢ ହେବା ପରେ ମହାବାହୁଙ୍କୁ ଦେଖିବାକୁ ବଡଦାଣ୍ଡରେ ଲୋକଙ୍କ ଗହଳି । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।