ୟୁଏଇରେ ଆଇପିଏଲ ଖେଳିବାକୁ ଯାଇଥିବା ଚେନ୍ନାଇ ସୁପରକିଙ୍ଗସକୁ ଝଟକା । ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ଜଣ କରୋନାରେ ଆକ୍ରାନ୍ତ : ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖେଳାଳି

ୟୁଏଇରେ ଆଇପିଏଲ ଖେଳିବାକୁ ଯାଇଥିବା ଚେନ୍ନାଇ ସୁପରକିଙ୍ଗସକୁ ଝଟକା । ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ଜଣ କରୋନାରେ ଆକ୍ରାନ୍ତ : ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖେଳାଳି

କନକ ବ୍ୟୁରୋ : ଆଇପିଏଲ ଖେଳିବାକୁ ଯାଇଥିବା ଚେନ୍ନାଇ ସୁପରକିଙ୍ଗର ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ୧୩ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖେଳାଳି ଥିବା ବେଳେ ଅନ୍ୟମାନେ ସୋସିଆଲ ମିଡିଆ ସଦସ୍ୟ ଏବଂ ସପୋର୍ଟ ଷ୍ଟାଫ ବୋଲି ସୂଚନା ମିଳିଛି । ପଜିଟିଭ ଆସିଥିବା ସଦସ୍ୟଙ୍କ ଅବସ୍ଥା ସ୍ଥିର ରହିଛି ।

ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ ରଖାଯାଇଛି ।କରୋନାରେ ଆକ୍ରାନ୍ତ ହୋଇଥିବା ଦ୍ରୁତ ବୋଲର ଜଣଙ୍କ ଭାରତୀୟ କି ବିଦେଶି ଖେଳାଳି ତାହା ସ୍ପଷ୍ଟ ହୋଇନାହିଁ । ନିୟମ ଅନୁସାରେ ଖେଳାଳିମାନେ ପହଂଚିବାର ପ୍ରଥମ ଓ ତୃତୀୟ ଦିନ କରୋନା ଟେଷ୍ଟ କରାଇଥିଲେ । ଏହି ସମୟରେ ହିଁ ଜଣେ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe