କନକ ବ୍ୟୁରୋ : ଆଇପିଏଲ ଖେଳିବାକୁ ଯାଇଥିବା ଚେନ୍ନାଇ ସୁପରକିଙ୍ଗର ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ୧୩ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖେଳାଳି ଥିବା ବେଳେ ଅନ୍ୟମାନେ ସୋସିଆଲ ମିଡିଆ ସଦସ୍ୟ ଏବଂ ସପୋର୍ଟ ଷ୍ଟାଫ ବୋଲି ସୂଚନା ମିଳିଛି । ପଜିଟିଭ ଆସିଥିବା ସଦସ୍ୟଙ୍କ ଅବସ୍ଥା ସ୍ଥିର ରହିଛି ।
ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ ରଖାଯାଇଛି ।କରୋନାରେ ଆକ୍ରାନ୍ତ ହୋଇଥିବା ଦ୍ରୁତ ବୋଲର ଜଣଙ୍କ ଭାରତୀୟ କି ବିଦେଶି ଖେଳାଳି ତାହା ସ୍ପଷ୍ଟ ହୋଇନାହିଁ । ନିୟମ ଅନୁସାରେ ଖେଳାଳିମାନେ ପହଂଚିବାର ପ୍ରଥମ ଓ ତୃତୀୟ ଦିନ କରୋନା ଟେଷ୍ଟ କରାଇଥିଲେ । ଏହି ସମୟରେ ହିଁ ଜଣେ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/4-28.jpg)