କନକ ବ୍ୟୁରୋ: କେମିତି ମହିଳାଙ୍କୁ ଠକୁଥିଲା ରଙ୍ଗିଲା ସତ୍ୟଜିତ? କମିଶନରେଟ୍ ପୋଲିସ ହାତରେ ସତ୍ୟଜିତ୍ ଧରାପଡ଼ିବା ପରେ କନକ ନ୍ୟୁଜକୁ ଜଣେ ମହିଳା ଠକେଇର କାହାଣୀ କହିଛନ୍ତି । ଆଉ ଏହାପରେ ଆଉ ଜଣେ ମହିଳା ଗୋଟି ଗୋଟି କରି ମିଛୁଆ ସତ୍ୟଜିତର କାହାଣୀ କହିଛନ୍ତି । ନିଜକୁ ଇନକମ ଟ୍ୟାକ୍ସର ଅଧିକାରୀ କହି ରାହୁଲ ନାଁରେ ଚାଟିଂ କରୁଥିଲେ । ଆଉ ସୁଯୋଗ ଦେଇ ଠକୁଥିଲେ ।

  • ଠକ ବାଛୁଥିଲା ଜୀବନସାଥୀ
  • ମହିଳାଙ୍କ ପସନ୍ଦ ପୁଲିସ ଅଫିସର
  • ସାମନାକୁ ଆସିଲା ଦୁଇ ମହିଳାଙ୍କ କାହାଣୀ

ସାମନାକୁ ଆସୁଛି ଦୁଲହେ ରାଜାର ରଙ୍ଗିନ କାରନାମା। ସୋସିଆଲ ମିଡିଆରେ ସାଜିଥିଲା ପୁଲିସ ଅଧିକାରୀ। ମହିଳା ଦେଖି ନିଜର ପରିଚୟ ବଦଳାଥିଲା ଚାଲବାଜ ଠକ। ଦୁଇ ମହିଳା ଏନେଇ କନକ ନ୍ୟୁଜରେ ଦଲାଲ ସତ୍ୟଜିତ ସାମଲର ଖୁଲାସା କରିଛନ୍ତି। ଓଡିଶାର ଜଣେ ମହିଳାଙ୍କୁ ପୁଲିସ ଅଫିସର କହି ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲା ଏହି ଠକ। ସେହିପରି ପଞ୍ଜାବର ଜଣେ ମହିଳାଙ୍କୁ ଇନକମ ଟ୍ୟାକ୍ସର ଅଫିସର କହି ଚାଟିଂ କରିଥିଲା। ଆଉ ଫେସବୁକ ପ୍ରୋଫାଇଲରେ ନିଜକୁ ରାହୁଲ ରାଜ୍ ନାଁରେ ପରିଚିତ କରାଉଥିଲା। ଏହି ଦୁଇ ମହିଳା ଏହି ଦଲାଲ କବଳରୁ ଅଳ୍ପକେ ବର୍ତ୍ତିଥିବା କହିଛନ୍ତି।

  • ଠକ ଆକଉଣ୍ଟରେ କୋଟିଏ ଟଙ୍କା!
  • ବ୍ୟାଙ୍କକୁ ତଥ୍ୟ ମାଗିଲା ପୁଲିସ

ରାଜ୍ୟ ବାହାରୁ ଲୁଟିଥିବା ଯୁବତୀଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ଏହି ଠକ ଜଣକ ମହିଳାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟିଛି। ତେବେ କାହା ଆକାଉଣ୍ଟରୁ କେବେ କେତେ ଲୁଟିଛି ସେନେଇ ବ୍ୟାଙ୍କକୁ ତଥ୍ୟ ମାଗିଛି ପୁଲିସ। ଏହାସହ ମାଟ୍ରିମୋନିଆଲ ସାଇଟକୁ ବି ତଥ୍ୟ ମଗାଯାଇଛି। ଦୁଷ୍କର୍ମ, ବିବାହ ପାଇଁ ଠକେଇ ଏବଂ ବେଆଇନ ବନ୍ଧୁକକୁ ନେଇ ତିନୋଟି ମାମଲା ରୁଜୁ ହୋଇଥିବା ଡିସିପି କହିଛନ୍ତି। ସେପଟେ ଏନେଇ ମହିଳା ମାନଙ୍କୁ ଅଜଣା ଲୋକଙ୍କୁ ବିବାହ ଆଗରୁ ମହିଳାଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରଙ୍ଗିଲା ସତ୍ୟଜିତ ସାମଲର ମିଛ କାହାଣୀ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଏହି ଠକକୁ ୧୦ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।