ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ସରିଲା ୩ ରଥର ନାହାକା କାମ । ବୁଧବାର ଭଉଁରୀ ତିଥିରେ ହେବ ଚକାଡେରା ନୀତି ।

Advertisment
ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ସରିଲା ୩ ରଥର ନାହାକା କାମ । ବୁଧବାର ଭଉଁରୀ ତିଥିରେ ହେବ ଚକାଡେରା ନୀତି ।

କନକ ବ୍ୟୁରୋ: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି । ତେବେ ଆସନ୍ତା ବୁଧବାର ପବିତ୍ର ଭଉଁରୀ ତିଥିରେ ଚକା ଡ଼େରା ନୀତି ପାଳିତ ହେବ । ସେଥିପାଇଁ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ତିନି ରଥର ମୁଖ୍ୟ ବିଶ୍ୱକର୍ମା ସେବକଙ୍କ ଦ୍ୱାରା କରାଯାଇଛି । ନାହାକା ଅଖର ଦୁଇ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ କରାଯାଇଛି । ତାଳଧ୍ୱଜ ରଥର ମୋଟ ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଏବଂ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe