କନକ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥଦଉଡି । ୧୨ଟି ରଥଟଣା ଦଉଡି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରିଛନ୍ତି। ଆଜି ଏହି ଦଉଡି ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ପହଞ୍ଚିଛି। ଏହି ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏ ଗୋଲେଇ ୮ ଇଞ୍ଚ। ଚଳିତ ବର୍ଷ କେବଳ ୧୨ଟି ରଥ ଦଉଡି ବରାଦ ଦିଆଯାଇଥିଲା । ଗତବର୍ଷରୁ ୪ଟି ଘେର ଦଉଡି ରହିଥିବାରୁ ଏଥର ଆଉ ଘେର ଦଉଡି ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ତତ୍ୱବାଧାରକ।
ରଥଯାତ୍ରା ପାଇଁ ପହଞ୍ଚିଲା ରଥ ଦଉଡି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି ୧୨ ଦଉଡି ।
/kanak/media/post_attachments/wp-content/uploads/2022/05/28-24.jpg)