କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ଗତକାଲି ସୁଦ୍ଧା ତିନି ରଥର ୪୨ ଚକ ନିର୍ମାଣ ଶେଷ ହୋଇଛି । ତିନି ରଥର ୫ ଦଣ୍ଡା ଚଉପଟ ସହ ଚାରି ନାହାକା ନିର୍ମାଣ ପାଇଁ ରଥଚାଲିରେ ପଡ଼ିଛି କାଠ । ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ, ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ । ଏହାକୁ ଦୃଷ୍ଟିରେ ରଖି ଆଗେଇ ଚାଲିଛି ରଥନିର୍ମାଣ କାମ । ତିନି ରଥର ତିନି ଭୁଇଁ ନିର୍ମାଣ ପାଇଁ ୧୨ଟି ଲେଖାଏଁ ଭୁଇଁଚଉତା କାଠର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ୫ ଦଣ୍ଡାରୁ ୪ଟି ଦଣ୍ଡାର ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ଶେଷ ହେଲା ତିନି ରଥର ୪୨ ଚକ କାମ ।
/kanak/media/post_attachments/wp-content/uploads/2024/06/22-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)