କନକ ବ୍ୟୁରୋ: ଦିନେ ଜଙ୍ଗଲରୁ କାଠ ସଂଗ୍ରହ କରି ବଂଚୁଥିଲେ । ଆଜି କିନ୍ତୁ ଗଛ ଲଗାଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଅପପୃଷ୍ଟିର ଇଲାକା ଭାବରେ ପରିଚିତ ନଗଡାରେ । ସମୟ ବଦଳିବା ସହ ବଦଳିଛନ୍ତି ନଗଡାବାସୀ । କିଏ ଖଣି ଅଂଚଳରେ ତ କିଏ ନଗଡା ଅଂଚଳରେ ହେଉଥିବା ରାସ୍ତାଘାଟ, ଡ୍ରେନେଜ କାମ କରି ପେଟପୋଷି ଚଳୁଛନ୍ତି । ଏବେ ନଗଡାବାସୀଙ୍କ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିନବ ପ୍ରୟାସ । ଆଉ ନଗଡାବାସୀଙ୍କ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ କରି ବନବିଭାଗ ପକ୍ଷରୁ ଦିଆଯାଇଛି ୧୨ଜଣଙ୍କୁ ଚାକିରୀ ।

Advertisment

publive-image

ଦିନେ ନଗଡ଼ା ଥିଲା ଅପପୃଷ୍ଟିର ଇଲାକା ଭାବରେ ସାରା ଦେଶରେ ପରିଚିତ ଥିଲା। ଯେଉଁ ଗାଁର ଅଛି ୪ଟି ସାହି ଯଥା ନାଲିଆ ଡ଼ାବ,ଉପର ନଗଡ଼ା,ମଝି ନଗଡା ଆଉ ତଳ ନଗଡ଼ା। ଏଠାରେ ବସବାସ କରନ୍ତି ପ୍ରାୟ ୫ ଶହରୁ ଅଧିକ ଲୋକ। ତେବେ ଏଠିକାର ଲୋକମାନଙ୍କର ମୂଳ ବେଉସା ଥିଲା ଚାଷବାସ । ଆଉ କିଛି ଲୋକ କିଛି ଟଙ୍କା ପାଇଁ ଜଙ୍ଗଲରୁ କାଠ ସଂଗ୍ରହ କରି ଜୀବିକା ଉପାର୍ଜନ କରୁଥିଲେ। ମାତ୍ର ଆଜି ସମୟ ବଦଳିବା ସାଙ୍ଗରେ ବଦଳିଛନ୍ତି ନଗଡ଼ା ବାସୀ। କିଏ ଖଣି ଅଞ୍ଚଳରେ ତ କିଏ ନଗଡ଼ା ଅଞ୍ଚଳରେ ହେଉଥିବା କିଛି ରାସ୍ତା ଘାଟ, ଡ୍ରେନେଜ କାମ କରି ପେଟପୋଷି ଚଳୁଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ଅଭିନଵ ପ୍ରୟାସ । ନଗଡ଼ା ବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରି ବନବିଭାଗ ପକ୍ଷରୁ ଦିଆଯାଇଛି ୧୨ ଜଣ ନଗଡ଼ା ବାସୀଙ୍କୁ ଚାକିରୀ। ତେବେ ସରକାରୀ ଚାକିରୀ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ନଗଡ଼ାବାସୀ।

publive-image

ଦିନେ ଜଙ୍ଗଲରୁ କାଠ ସଂଗ୍ରହ କରି ପେଟ ପୋଷୁଥିବା ଏହି ନଗଡ଼ା ବାସୀ ଆଜି ଏତେ ସୁନ୍ଦର ଶାଳଜଙ୍ଗଲ କରି ପାରିଛନ୍ତି ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେନି। ସେପଟେ ନଗଡ଼ାବାସୀଙ୍କ ଉନ୍ନତି ପାଇଁ ପ୍ରୟାସ ଜାରି ରହିଛି ଆଉ ଆଗାମି ଦିନରେ ଆହୁରି କରାଯିବ ବୋଲି ବନବିଭାଗର ଅଧିକାରୀ କହିଛନ୍ତି।