ପଶ୍ଚିମବଙ୍ଗରୁ ତାଲିବାନୀ ସମର୍ଥକ ଗିରଫ ହେବା ପରେ ବଢିଲା ଚିନ୍ତା : ରାଜନାଥ କହିଲେ ଛଦ୍ମ ଯୁଦ୍ଧ କରୁଛି ପାକିସ୍ତାନ

ଆତଙ୍କବାଦୀଙ୍କୁ ଦେଉଛି ଅସ୍ତ୍ର, ଟଙ୍କା ଓ ପ୍ରଶିକ୍ଷଣ

295

କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଜଣେ ତାଲିବାନୀ ସମର୍ଥକ ଗିରଫ ହେବା ପରେ ଭାରତର ଚିନ୍ତା ବଢିଯାଇଛି । ଉତ୍ତର ୨୪ ପ୍ରଗଣାରୁ ଜଣେ ୨୮ ବର୍ଷିୟ ବାଂଲାଦେଶୀ ଯୁବକଙ୍କୁ ଗିରଫ କରିଛି ବିଏସଏଫ । ପଶ୍ଚିମବଙ୍ଗର ଘୋଜା ଡ଼ଙ୍ଗା ସୀମରେ ଥିବା ଚେକ୍ ପଏଂଟରୁ ଜାହାଙ୍ଗୀର ବିଶ୍ୱାସ ନାମକ ଏହି ଯୁବକଙ୍କୁ ଗିରଫ କରି ପଶ୍ଚିମବଙ୍ଗ ପୋଲିସ ଜିମା ଦେଇଛି ଭାରତୀୟ ସୀମା ସୁରକ୍ଷା ବଳ ।

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବା ନେଇ ଆଶଙ୍କା କରାଯାଉଥିଲା । ତେଣୁ ପଶ୍ଚିମବଙ୍ଗରୁ ଜଣେ ତାଲିବାନି ସମର୍ଥକ ଗିରଫ ହେବା ସୁରକ୍ଷା ବିଭାଗର ଚିନତା ବଢାଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଭାରତ ବିରୋଧରେ ଛଦ୍ମ ଯୁଦ୍ଧ ଚଳାଇଛି ପାକିସ୍ତାନ । କାରଣ ଆତଙ୍କବାଦୀ ସଂଗଠନକୁ ଅସ୍ତ୍ର ଅର୍ଥ ଓ ପ୍ରଶିକ୍ଷଣ ଦେଉଛି ପଡ଼ୋଶୀ । ତାଲିବାନ ପଛରେ ପାକିସ୍ତାନର ହାତ ନେଇ ଚର୍ଚ୍ଚା ଭିତରେ ରାଜନାଥଙ୍କ ସିଂ ଙ୍କ ଏହି ବୟାନ ବେଶ ଗୁରୁତ୍ୱ ରଖୁଛି ।