ଅକ୍ଟୋବର ୨ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଚନ୍ଦକା ଅଭୟାରଣ୍ୟ । ପାଳନ ହେବ କରୋନା କଟକଣା । ସୂଚନା ଦେଲେ ଚନ୍ଦକା ଡିଏଫଓ

100

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀ ଦିନ ଅର୍ଥାତ ଅକ୍ଟୋବର ୨ ତାରିଖରେ ଖୋଲିବ ଚନ୍ଦକା ଅଭୟାରଣ୍ୟ । ୨ ତାରିଖରୁ ପର୍ଯ୍ୟଟକମାନେ ଚନ୍ଦକା ଅଭୟାରଣ୍ୟ ବୁଲି ପାରିବେ । ଏହି ସମୟରେ କରୋନା କଟକଣା ମଧ୍ୟ ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଚନ୍ଦକା ଡିଏଫଓ ।

ରାଜ୍ୟସରକାର ଅକ୍ଟୋବର ୧ରୁ ସମସ୍ତ ନେଚର କ୍ୟାମ୍ପ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆମର ଏଠି ଥିବା ୪ଟି ନେର କ୍ୟାମ୍ପକୁ ଆମେ ଗାନ୍ଧୀ ଜୟନ୍ତୀରୁ ଖୋଲିବୁ । ନେଚର କ୍ୟାମ୍ପ ସହ ସଫାରୀ ହ୍ୱିକିଲ ମଧ୍ୟ ଖୋଲିବ । ଏହି ସମୟରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ଚନ୍ଦକା ଡିଏଫଓ କହିଛନ୍ତି ।

ସେହିପରି ଅକ୍ଟୋବର ୪ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ ବୋଲି ଘୋଷଣା ହୋଇଛି । ଏହି ସମୟରେ ମଧ୍ୟ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବ । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।