କନକ ବ୍ୟୁରୋ: ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି । ଆଜି ପବିତ୍ର ଭଉଁରୀ ଉତ୍ସବରେ ପରମ୍ପରା ଅନୁସାରେ ତିନି ରଥର ଚକଡେରା ଅନୁକୂଳ ହୋଇଛି । ନାହାକା ଓ ଅଖ ସହ ଚକ ଯୋଡାଯାଇଛି । ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ହୋଇଛି । ତାଳଧ୍ୱଜ ରଥର ୭ଟ. ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୭ଟି ଚକ ରହିଛି । ତିନି ରଥର ୪ଟି ଲେଖାଏଁ ଭୂଇଁ ଚଉତା କାଠ ଚଉପଟ କରାଯାଇଥିଲା ।

Advertisment

ଅନ୍ୟପଟେ ରଥଯାତ୍ରା ପୂର୍ବରୁ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନର ଦଉଡି ଆସି ଶ୍ରୀକ୍ଷେତ୍ରରେ ପହଂଚିଛି । ବୀରପ୍ରତାପପୁର କତା ନିଗମରୁ ଏହି କତାଦଉଡି ଆସି ବଡ଼ଦାଣ୍ଡରେ ପହଂଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି । ତିନି ରଥର ୪ଟି ଲେଖାଏଁ ମୋଟ୍ ୧୨ ଖଣ୍ଡ ଦଉଡି ଆସି ପହଂଚିଥିବା ବେଳେ ଏହାର ଲମ୍ବ ୨୨୦ ଫୁଟ ବୋଲି ଜଣାପଡ଼ିଛି ।