କନକ ବ୍ୟୁରୋ: ବ୍ୟବସାୟିକ କାରବାରରେ ୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାରେ ମାରାଥନ ଜେରା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବି ସିବିଆଇ । ଗିରଫମାନେ ହେଲେ
ସରୋଜ ଦାସ, ଚିଫ୍ ମେକାନିକାଲ ଇଞ୍ଜିନିୟର, ପାରାଦୀପ ପୋର୍ଟ 
ଶଙ୍ଖ ଶୁଭ ମିତ୍ର, ମ୍ୟାନେଜର ପୋର୍ଟ ଅପରେସନ, କେସିଟି ଗ୍ରୁପ
ସୁମନ୍ତ ରାଉତ, ଠିକାଦାର 
ସୂର୍ଯ୍ୟ ନାରାୟଣ ସାହୁ, ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ
ଏହାଛଡା ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଅଟକ ରଖି ପଚରା ଉଚରା କରିଛି ସିବିଆଇ । ଅନ୍ୟପଟେ ମହିମା ମିଶ୍ରଙ୍କୁ ମଧ୍ୟ ଏହି ମାମଲାରେ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଜେରା କରାଯାଇଛି ।
କୁହାଯାଉଛି ପାରାଦୀପ ବନ୍ଦରରେ ବ୍ୟବସାୟିକ କାରବାରରେ ଲାଂଚ ଦିଆନିଆ ନେଇ ସିବିଆଇ ପାଖରେ ପୂର୍ବରୁ ଖବର ଥିଲା । ଏହାର ପର୍ଦ୍ଦାଫାସ କରିବାକୁ ସିବିଆଇ ଏକ ଟିମ ବନେଇଥିଲା । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଂଜିନିୟରଙ୍କ ସମେତ ଆହୁରି କିଛି ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ଆରମ୍ଭ ହୋଇଥିଲା । କଥାବାର୍ତା ବୁଝିବା ପାଇଁ ଟିମରେ ଜଣେ ଓଡିଆ ଅଧିକାରୀ ମଧ୍ୟ ସାମିଲ କରାଯାଇଥିବା ସୂଚନା ମିଳିଛି ।
ଏବେ ଶିଳ୍ପପତି ମହିମା ମିଶ୍ର ସିବିଆଇ ସ୍କାନରକୁ ଆସିଯାଇଛନ୍ତି । ଗତ ୨୪ ଘଂଟାରେ ସିବିଆଇ ମହିମା ମିଶ୍ରଙ୍କ ଘର, ଓଏସଏଲ ଅଫିସ ସମେତ ଭୁବନେଶ୍ୱର, କଟକ, ପାରାଦୀପ, ଜଗତସିଂହପୁରର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କରିଛି । ତନାଘନ କରି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ସମେତ ପାଖାପାଖି ନଗଦ ୮୪ ଲକ୍ଷ ଟଙ୍କା ଜବତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/21-8.jpg)