ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ଗାଇଡଲାଇନ । ଟିକା ଦେବା ପରେ ୩୦ ମିନିଟ୍ ଯାଏଁ ହେବ ଅନୁଧ୍ୟାନ, ପ୍ରତି କେନ୍ଦ୍ରରେ ଶହେରୁ ୨ଶହ ଜଣଙ୍କୁ ଦିଆଯିବ ଟିକା 

251

କନକ ବ୍ୟୁରୋ : କରୋନା ଟିକା ପାଇଁ କେତେକ କମ୍ପାନୀ ଅନୁମତି ମାଗିବା ପରେ ଆଜି ଟିକାକରଣର ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର ।   ଦେଶର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ତେଣୁ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରତ୍ୟକ ଦିନ ଗୋଟିଏ ସେସନରେ ଅର୍ଥାତ ଗୋଟିଏ ପର୍ଯ୍ୟାୟରେ ଶହେରୁ ଦୁଇ ଶହ ଜଣଙ୍କୁ ଟିକା ଦିଆଯିବ ।

ଟିକା ଦେବା ପରେ ୩୦ ମିନିଟ ପର୍ଯ୍ୟନ୍ତ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ । ପ୍ରତ୍ୟକ ଟିକାକରଣ ଟିମରେ ୫ ଜଣ ସଦସ୍ୟ ରହିବେ । କୋ-ୱିନ୍ ନାମକ ଏକ ୱେବସାଇଟ୍ କରାଯାଇ, ଏହି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଟିକା ଯାଇଥିବା ବ୍ୟକ୍ତିଙ୍କୁ ନିରୀକ୍ଷଣ କରାଯିବ । ଭୋଟର ପରିଚୟପତ୍ର କିମ୍ବା ଆଧାର କାର୍ଡ ଭଳି ୧୨ଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ବ୍ୟବହାର କରି ପଞ୍ଜିକରଣ କରାଯାଇପାରିବ ।

କେବଳ ପୂର୍ବରୁ ପଞ୍ଜିକରଣ ହୋଇଥିବା ଲୋକଙ୍କୁ ଟିକା ଦିଆଯିବ । ଟିକା ରହିଥିବା ଆଇସବକ୍ସକୁ କୌଣସି ପରିସ୍ଥିତିରେ ଖରାକୁ ଆସିବାକୁ ଦିଆଯିବ ନାହିଁ ବୋଲି ଏଥିରେ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ୨୮ ହଜାର ୯୪୭ଟି କୋଲ୍ଡ ଚେନ୍ ସୃଷ୍ଟି କରୁଛନ୍ତି । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଫାଇଜର, ସିରମ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ ଅନୁମତି ମାଗିଛି ।