ଡିପଫେକ୍ ମୁକାବିଲା ପାଇଁ ଖୁବ ଶିଘ୍ର ସ୍ୱତନ୍ତ୍ର ଆଇନ ଆଣିବେ କେନ୍ଦ୍ର ସରକାର । ୪ସୁତ୍ରୀ ଯୋଜନାରେ କରାଯିବ ନକଲି ଭିଡିଓ ସମସ୍ୟା ସମାଧାନ

104

କନକ ବ୍ୟୁରୋ : ଡିପଫେକ୍ ଭିଡିଓକୁ ନେଇ ସାରା ଦେଶରେ ଚାଲିଛି ବିର୍ତ୍ତକ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ସୋଶିଆଲ ମିଡିଆ କଂପାନୀ ସହ ବୈଠକ କରିଛନ୍ତି । ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଭଳି କଂପାନୀର ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ବୈଠକ ପରେ ସରକାର କହିଛନ୍ତି ।
ଡିପ୍ଫେକ୍ ଭିଡିଓ: ଆସିବ ଆଇନ୍
-ଗଣତନ୍ତ୍ର ପାଇଁ ଡିପଫେକ୍ ଏକ ନୂଆ ବିପଦ ହୋଇପାରେ
-ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରୁଛନ୍ତି
-ଖୁବଶୀଘ୍ର ଆସିବାକୁ ଯାଉଛି ନିୟମ
-ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
-ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି

ଯେଉଁଭାବେ ଏଆଇ ଓ ଡିପଫେକକୁ ନେଇ ସଂଗୀନ ଅଭିଯୋଗ ଆସୁଛି ତାହା ଆଗାମୀ ଦିନରେ ବିଶେଷ କରି ନିର୍ବାଚନ ସମୟରେ ବଡ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଚାର ସମୟରେ ସୋସିଆଲ ମିଡିଆରେ ବହୁଳ ବ୍ୟବହାର କରାଯାଏ । ଏହା ଭିତରେ ଏଆଇକୁ ଅପବ୍ୟହାର କରି ରାଜନୈତିକ ଅସ୍ତ୍ରଭାବେ ଦୁରୁପଯୋଗ କରିବା ଆଶଙ୍କା ରହିଛି ।

ନିର୍ବାଚନରେ ‘ଏଆଇ’ ଅପବ୍ୟହାର ଆଶଙ୍କା
-ଲୋକସଭା ନିର୍ବାଚନ ପୂର୍ବରୁ ‘ଏଆଇ’ ବଡ ଚ୍ୟାଲେଂଜଭାବେ ଉଭା ଆଶଙ୍କା ରହିଛି
-ନକଲି-ଅସଲି ପ୍ରଭେଦ ବାରିବା କଷ୍ଟକର ହୋଇପାରେ
-ମିଥ୍ୟା ଭିଡିଓ ଓ ଫଟୋ ପୋଷ୍ଟ ଜରିଆରେ ଭମ୍ରିତ କରିବା ଆଶଙ୍କା ରହିଛି
-ବିବାଦୀୟ ମନ୍ତବ୍ୟ, ଆପତ୍ତିଜନକ ଟିପ୍ପଣୀର ଭିଡିଓ, ଅଡିଓର ପ୍ରସାର ଓ ପ୍ରଚାର ଆଶଙ୍କା ରହିଛି

ଏଆଇ ଓ ଡିପଫେକକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି । ସମାଜରେ ଅରାଜକତା ସୃଷ୍ଟି କରିବା ସହ ଆଗାମୀ ଦିନରେ ଏହାର ମୁକାବିଲା ବଡ ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୁଧବାର ଜି-୨୦ ଭର୍ଚୁଆଲ ସମ୍ମିଳନୀରେ ଭାରତ କହିଛି ବିଶ୍ୱ ଏବେ କୁତ୍ରିମ ବୁଦ୍ଧିମତା ପ୍ରଭାବକୁ ନେଇ ଚିନ୍ତିତ । ଏଆଇକୁ ନେଇ ବୈଷୟିକ ନିୟନ୍ତ୍ରଣ କ୍ଷେତ୍ରରେ ଜି-୨୦ ରାଷ୍ଟ୍ରଙ୍କୁ ଏକାଠି କାମ କରିବାକୁ ଭାରତ ଅପିଲ କରିଛି ।
ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନା, ସାରା ଅଲ୍ଲୀ ଖାନ୍, କାଜୋଲ, କ୍ୟାଟ୍ରିନା କୈଫଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିଥିଲା । ସେହିପରି କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲଙ୍କ ମଧ୍ୟ ଏଥିରୁ ବାଦ ପଡି ନାହାଁନ୍ତି । ସାରା ତେନ୍ଦୁଲକର ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ସାରା ଲେଖିଛନ୍ତି ଟେକ୍ନୋଲୋଜିର ଅପବ୍ୟହାର ସୋସିଆଲ ମିଡିଆ ବିଶ୍ୱସନୀୟତା ଶେଷ କରୁଛି । ଏପରିକି ତାଙ୍କ ନାଁରେ ଖୋଲାଯାଇଥିବା ଫେକ ଏକ୍ସ ଆକାଉଁଟକୁ ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି । ପୋଷ୍ଟ କରିବା ସହ ଏକ୍ସକୁ ଟ୍ୟାଗ କରିଛନ୍ତି ସାରା ।