କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ଆସନ୍ତାକାଲି ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ।

Advertisment
କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ଆସନ୍ତାକାଲି ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ।

New Delhi, Dec 05 (ANI): Fifth round of meeting between farmers' representatives and the Central government begins at Vigyan Bhawan in New Delhi on Saturday. (ANI Photo)

କନକ ବ୍ୟୁରୋ : କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ବୈଠକ ପରେ କୃଷକ ନେତାଙ୍କ ପ୍ରତିକ୍ରିୟା । କହିଲେ ଆସନ୍ତାକାଲି ପ୍ରସ୍ତାବ ଦେବେ ସରକାର । ସଂଶୋଧନ ପାଇଁ ଲିଖିତ ପ୍ରସ୍ତାବ ଦେବେ ସରକାର । ହେଲେ କାଲି ଆଉ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ହେବନି ବୋଲି କହିଛନ୍ତି ଚାଷୀ ନେତା ।

ଆଜି ସାରା ଦେଶରେ ଚାଷୀଙ୍କ ଭାରତ ବନ୍ଦ ଭିତରେ ଚାଷୀ ସଂଗଠନ ସହିତ ଆଲୋଚନା କରିବାକୁ ଡାକିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏଥିପାଇଁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ- ଗେଷ୍ଟହାଉସରେ କୃଷକ ସଂଗଠନର ୧୩ ଜଣ ନେତାଙ୍କ ସହ ଆଲୋଚନା ହୋଇଥିଲା । ତେବେ ଚାଷୀ ନେତାଙ୍କ ସହ ବୈଠକ ପୂର୍ବରୁ ଦିଲ୍ଲୀ ପୋଲିସ କମିଶନରଙ୍କ ସହ ପ୍ରାୟ ଅଧଘଂଟା ଧରି ଆଲୋଚନା କରିଥିଲେ ଶାହ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe