କନକ ବ୍ୟୁରୋ: ବସ୍ତିବାସୀଙ୍କୁ ଥଇଥାନ କଲେ ଓ ଘର ଦେଲେ କେନ୍ଦ୍ର ସରକାର । ଦିଲ୍ଲୀ କାଲକାଜୀରେ ଇନ ସିଟୁ ରିହାବିଲିଟେସନ ଯୋଜନାରେ ପ୍ରାୟ ୩ହଜାର ୨୪ଜଣଙ୍କୁ ମିଳିଛି କୋଠାଘର । ବୁଧବାର ଦିଲ୍ଲୀରେ ଏହି ଯୋଜନାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ହିତାଧିକାରୀଙ୍କୁ ନୂଆ ଘରର ଚାବି ନିଜ ହାତରେ ଦେଇଛନ୍ତି ମୋଦୀ । ଦିଲ୍ଲୀ ବିକାଶ ପ୍ରାଧିକରଣ ବା ଡିଡିଏ ଦ୍ୱାରା ୩୭୬ଟି ବସ୍ତିର ପୁର୍ନବିକାଶ କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ନବନିର୍ମିତ ଏହି ଘରେ ସମସ୍ତ ସୁବିଧାର ସହ ରହିବା ବ୍ୟବସ୍ଥା କରଯାଇଛି । ପ୍ରଥମ ଚରଣରେ ପ୍ରାୟ ୩୪୫କୋଟି ବଜେଟରେ ୩ହଜାର ୨୪ ଘର ନିର୍ମାଣ କରାଯାଇଛି । ଦିଲ୍ଲୀରେ କାଲକାଜୀ ଏକ୍ସଟେନସନ, ଜେଲୋରବାଲବାଗ, କଠପୁତଳୀ କେଳଶନୀରେ ଅଧିକାଂଶ ବସ୍ତି ରହିଛି ଓ ଏଠାରେ ଏହି ଯୋଜନାର ଶୁଭାରମ୍ଭ କରିଛି ।