କନକ ବ୍ୟୁରୋ : ଚାଷୀଙ୍କ ଆନ୍ଦୋଳନ ପ୍ରତି କଠୋର ହୋଇପାରନ୍ତି ସରକାର । ଆନ୍ଦୋଳନ କରୁଥିବା ଚାଷୀଙ୍କ ସମ୍ପତି ଓ ବ୍ୟାଙ୍କ ଆକାଉଁଟକୁ ଜବତ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ସେପଟେ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନରେ ଗଲାଣି ୫ଜଣ ଚାଷୀଙ୍କ ଜୀବନ । ମୃତ ଚାଷୀଙ୍କ ପାଇଁ ଅନୁକମ୍ପା ସାହାର୍ଯ୍ୟ ରାଶି ଘୋଷଣା କରିଛନ୍ତି ପଂଜାବ ସରକାର । ପ୍ରତ୍ୟେକ ମୃତ ଚାଷୀଙ୍କ ପରିବାକୁ ସରକାର ଗୋଟିଏ କୋଟି ଟଙ୍କା ରାଶି ଦେବେ । ଅନ୍ୟପଟେ ଶୁକ୍ରବାର ସାରାଦେଶରେ ଚାଷୀ କଳାଦିବସ ବା ଆକ୍ରୋଶ ଦିବସ ପାଳିଛି । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ଦାବି ନେଇ କଳାଦିବସ ପାଳୁଛନ୍ତି ଚାଷୀ ସଂଗଠନ । ଦୁଇ ଦିନ ଧରି ବନ୍ଦ ଅଛି ଦିଲ୍ଲୀ ଚଲୋ ଆନ୍ଦୋଳନ । ସେପଟେ ଫେବ୍ରୁଆରୀ ୨୬ରେ ଟ୍ରାକ୍ଟର ରାଲି ଓ ମାର୍ଚ୍ଚ ୧୪ରେ ଦିଲ୍ଲୀରେ ଚାଷୀ କରିବେ ମହାପଂଚାୟତ । ଏନେଇ ମିଳିତ ଚାଷୀ ମୋର୍ଚ୍ଚା ଘୋଷଣା କରିଛି । ଏମଏସପିରେ ଆଇନ ଓ ଚାଷୀ ରୁଣ ଛାଡ ଦାବି ନେଇ ଦିଲ୍ଲୀ ମୁହାଁ ହେଉଛନ୍ତି ଶହ ଶହ ଚାଷୀ ।