ସବୁ ଗାଁକୁ ହାଇସ୍ପିଡ୍ ୪ଜି ନେଟୱାର୍କ: ୨୬ ହଜାର ୩୧୬ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ

194

କନକ ବ୍ୟୁରୋ: ସବୁ ଗାଁକୁ ହାଇ ସ୍ପିଡ ଇଂଟରନେଟ୍ ସଂଯୋଗ ପାଇଁ ଅଂଟା ଭିଡିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗାଁଗୁଡିକୁ ୪ଜି ନେଟୱାର୍କ ଯୋଗାଇଦେବାକୁ ୨୬ ହଜାର ୩୧୬ କୋଟି ଟଙ୍କାର ବଜେଟ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ଜରିଆରେ ଦେଶର ନେଟୱାର୍କ ନ ଥିବା ୨୪ ହଜାର ୬୮୦ ଗାଁକୁ ୪ଜି ମୋବାଇଲ ସେବା ଯୋଗାଇ ଦି÷ଆଯିବ । ଏଥିସହ ୨ଜି ଏବଂ ୩ ଜି ନେଟୱାର୍କ ଥିବା ୬ ହଜାର ୨ଶହ ୭୯ ଗାଁରେ ୪ଜିକୁ ଅପଗ୍ରେଡ୍ କରାଯିବ । ସରକାରୀ ଟେଲିକମ ସଂସ୍ଥା ବିଏସଏନଏଲ ଏହି ପ୍ରକଳ୍ପ କାର୍ଯ୍ୟ କରିବ । ଆତ୍ମନିର୍ଭର ଭାରତ ପ୍ରକଳ୍ପ ଅଧିନରେ କାର୍ଯ୍ୟ ଆରମ୍ଭ ହୋଇ ୫ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଗ୍ରାମାଂଚଳରେ ଇ-ଗର୍ଭନାନ୍ସ, ବ୍ୟାଙ୍କିଙ୍ଗ୍ ସେବା, ଟେଲି ମେଡିସନ୍, ଟେଲି ଏଜୁକେଶନର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।