ସମସ୍ତ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସରକାର । କହିଲେ, ସଂଖ୍ୟା ବଢିଲେ କାମ ଦେବନି ସଙ୍ଗରୋଧ

578

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ, ରାଜେଶ ଭୂଷଣ ସବୁ ରାଜ୍ୟ ସରକାରଙ୍କୁ ଚଠି ଲେଖି ସତର୍କ କରିଛନ୍ତି । କହିଛନ୍ତି, ଅଧିକ ସଂକ୍ରମଣ ହେଲେ କାମ ଦେବନି ସଂଗରୋଧ । ତେଣୁ କଂଟେନମେଂଟ ଜୋନ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଯେଉଁଠି ଅଧିକ ସଂଖ୍ୟାରେ ସଂକ୍ରମଣ ହେଉଛି ସେଠାରେ ବଡ କଂଟେନମେଂଟ ଜୋନ୍ କରିବାର ଆବଶ୍ୟକତା ରହିଛି । ଏହାର ସ୍ପଷ୍ଟ ଭାବରେ ସୀମା ନିର୍ଦ୍ଧାରଣ ହୋଇଥିବ ଏବଂ କଟକଣାକୁ କଡାକଡି କରିବାର ଆବଶ୍ୟକତା ରହିଛି ।

ତେଣୁ ପୁଣି ଥରେ ସେହି ପୁରୁଣା ଫର୍ମୁଲାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ ଅର୍ଥାତ ପରୀକ୍ଷା, ସଂକ୍ରମିତ ରୋଗୀକୁ ଟ୍ରେସିଂ କରିବା ଏବଂ ଚିକିତ୍ସା କରିବାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ଜିଲ୍ଲାରେ ସଂଖ୍ୟା ବଢ଼ୁଛି ସେଠାରେ ଏକ ଡିଷ୍ଟ୍ରିକ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡା ନାକ ଓ ମୁହଁକୁ ଘୋଡାଇ ରଖିବା ଭଳି ମାସ୍କ, ଛଅ ଫୁଟର ଦୂରତା ଏବଂ ବାରମ୍ବାର ହାତ ଧୋଇବା ନେଇ ସଚେତନ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ।