ବାଇକ୍ ଚାଳକଙ୍କ ପାଇଁ ବଡ଼ ଖବର । ନୂଆ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର । ନିୟମ ନମାନିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ, ଆପଣ ଗଣିବେ ମୋଟା ଅଙ୍କର ଜୋରିମାନା

625

କନକ ବ୍ୟୁରୋ : ବାଇକ ଚାଳକଙ୍କ ପାଇଁ ବଡ ଖବର । ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅନେକ ନୂଆ ନିୟମ ଆଣିଛନ୍ତି , ଯାହାଦ୍ୱାରା ଦୁର୍ଘଟଣା କମିବ ବୋଲି ସରକାର ଆଶା ରଖିଛନ୍ତି । ଯଦି ଆପଣ ସରକାରଙ୍କର ଏହି ନିୟମକୁ କାର୍ଯ୍ୟକାରୀ କରିପାରୁନାହାନ୍ତି ତେବେ ନିଶ୍ଚିତ ଭାବରେ ଜୋରିମାନା ଦେବେ । ତେବେ ଜାଣିରଖନ୍ତୁ ବାଇକ ଆରୋହୀଙ୍କ ପାଇଁ କି ନିୟମ କରିଛନ୍ତି ସରକାର …
ଯେତେବେଳେ ଆପଣ ବାଇକ ଚଳାଉଛନ୍ତି ସେତେବେଳେ ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ ଯେପରି ୨ରୁ ଅଧିକ ଲୋକ ଆପଣଙ୍କ ଗାଡି ନବସନ୍ତି । ଯଦି ଆପଣ ସରକାରଙ୍କ ଏହି ନିୟମ ମାନୁନାହାନ୍ତି ତେବେ ଆପଣଙ୍କଠାରୁ ଜୋରିମାନା ଆଦାୟ କରାଯିବ ।

ବାଇକ ଆରୋହୀଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ
ନିୟମ ନମାନିଲେ ଦେବେ ଫାଇନ୍

ସିଟର ଉଭୟ ପାଶ୍ୱର୍ରେ ହ୍ୟାଣ୍ଡେଲ ରହିବା ବାଧ୍ୟତାମୂଳକ

କେବଳ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ପୁଣି ଏକ ନୂଆ ନିୟମ କରିଛନ୍ତି । ଏହି ନିୟମ ଅନୁସାରେ, ବାଇକ ପଛରେ ବସିଥିବା ଲୋକଙ୍କର ଉଭୟ ପାଶ୍ୱର୍ରେ ହ୍ୟାଣ୍ଡେଲ ରହିବା ନିହାତି ଦରକାର । କେବଳ ଏତିକି ନୁହେଁ ବରଂ ପଛରେ ବସିଥିବା ଲୋକଙ୍କ ପାଇଁ ଫୁଡ ଷ୍ଟାଣ୍ଡ ରହିବା ମଧ୍ୟ ବାଧ୍ୟତାମୂଳକ ବୋଲି କୁହାଯାଉଛି । ଏହାସହ ବାଇକର ପଛ ଚକର ଅଧାଅଂଶ ପୂରାପୂରି ଆଚ୍ଛାଦିତ ହୋଇ ରହିବ ଯାହାଦ୍ୱାରା କି ପଛରେ ବସିଥିବା ମହିଳାଙ୍କର କପଡା ଚକରେ ପସିବା ନେଇ ବି କୌଣସି ଭୟ ନଥିବ ।

ଗାଡିରେ ମାଲ ଥିଲେ ବସିବେନି ଆଉ କେହି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବାଇକରେ ଗାଡିରେ ହାଲକ କଂଟେନଟ ରହିବା ଦରକାର । କଂଟେନଟର ଲଂବ ୫୫୦ ମିମି ମୋଟେଇ ୫୧୦ ମିମି ଓ ଉଚ୍ଚତା ୫୦୦ ମିମିରୁ କୌଣସି ପରିସ୍ଥିତିରେ ଅଧିକ ହେବ ନାହିଁ । ଏହାସହ ଯଦି ଡ୍ରାଇଭରଙ୍କ ପଛରେ କଂଟେନଟ ରଖାଯାଏ ତେବେ ଗାଡିରେ କେବଳ ଡ୍ରାଇଭରଙ୍କ ସହ ଅନ୍ୟ କେହି ବସିପାରିବେ ନାହିଁ । ମାତ୍ର କଂଟେନଟ ଯଦି ଗାଡିର ପୂରା ପଛରେ ରଖାଯାଏ ତେବେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ବସିପାରିବେ ।

୩.୫ ଟନ ରହିବ ଟାୟାର ଓଜନ !

ଏହାସହ ଟାୟାରର ଓଜନ ସର୍ବାଧିକ ୩.୫ ଟନ ପର୍ଯ୍ୟନ୍ତ ରହିବା ଲାଗି ଟାୟାର ମନିଟରିଂ ସିଷ୍ଟମକୁ ପରାମର୍ଶ ଦିଆଯାଇଛି । ଏହି ସିଷ୍ଟମରେ ଡ୍ରାଇଭରମାନେ ଜାଣିପାରିବେ ଟାୟାରରେ ପବନର ସ୍ଥିତି କଣ ରହିଛି ? ଏହା ଜାଣିବା ପରେ ସେମାନେ ଗାଡିର ବେଗ କେତେ ରଖିବେ ତାହା ନିିର୍ଣ୍ଣୟ କରିପାରିବେ । ତେବେ ଯଦି ଆପଣ ଏହିସବୁ ନିୟମ ନମାନନ୍ତି ତେବେ ଆପଣଙ୍କଠାରୁ ସରକାର ନିଶ୍ଚିତ ଭାବରେ ଜୋରିମାନା ଆଦାୟ କରିବେ ।