ଡିସେମ୍ବର ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ନାଇଟ କର୍ଫ୍ୟୁ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା, ହେଲେ କେନ୍ଦ୍ରର ଅନୁମତିରେ କରିପାରିବେ ଲକଡାଉନ 

294

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମାସ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଏହି ଗାଇଡ୍ଲାଇନ୍ରେ କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ନେଇପାରିବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କଣ୍ଟେନମେଣ୍ଟ ଅଂଚଳରେ ଚଳିତ ମାସରେ ଏହି କଟକଣା ଜାରି ରହିଛି ।

ଡିସେମ୍ବର ନୂଆ ମାର୍ଗଦର୍ଶିକାର କେତେକ ମୁଖ୍ୟାଂଶ ଉପରେ ନଜର ପକାଇବା । 

କରୋନା ସଂକ୍ରମଣ ରୋକିବା ଦିଗରେ ମିଳିଥିବା ସଫଳତାକୁ ଜାରି ରଖିବା କେବଳ ନିଷିଦ୍ଧାଂଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇପାରିବ

ସର୍ଭିଲାନ୍ସ ଟିମ୍ ଘର ଘର ବୁଲି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ଆଇସୋଲେସନ୍ ସୁନିଶ୍ଚିତ କରିବେ

୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ପିଲା ଘରେ ରହିବେ । 

ରାଜ୍ୟ ଭିତରେ ଏବଂ ରାଜ୍ୟ – ରାଜ୍ୟ ମଧ୍ୟରେ ଗମନାଗମନରେ କୌଣସି କଟକଣା ରହିବ ନାହିଁ ।

ସିନେମା ହଲ୍, ସ୍ୱିମିଂପୁଲ୍ ଆଦି ପାଇଁ କଟକଣା ବଳବତର ରହିବ । 

ପୂର୍ବ ଗାଇଡ୍ଲାଇନ୍ ଅନୁସାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲାଯାଇଛି ଏବଂ କେବଳ ପ୍ରଶିକ୍ଷଣ ପାଇଁ ସ୍ୱିମିଂପୁଲ୍ ବ୍ୟବହାର ହେଉଛି । 

ଧାର୍ମିକ, ସାମାଜିକ, କ୍ରୀଡା କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଜଣ ବ୍ୟକ୍ତି ସାମିଲ ହେବା ନେଇ ଥିବା ନିର୍ଦ୍ଦେଶ ଜାରି ରହିବ । ଆବଶ୍ୟକ ମନେକଲେ ରାଜ୍ୟ ସରକାର ଏହି ସଂଖ୍ୟା ୧୦୦ ବା ତାଠାରୁ କମ୍ ମଧ୍ୟ କରିପାରିବେ । 

କୌଣସି ନିର୍ଦିଷ୍ଟ ଅଂଚଳରେ ସାପ୍ତାହିକ ପଜିଟିଭ୍ କେସ୍ ୧୦ ପ୍ରତିଶତରୁ ଅଧିକ ରହିଲେ, ସେଠାରେ ଥିବା ଅଫିସଗୁଡିକ ପାଇଁ କଟକଣା ଲାଗୁ କରାଯାଇପାରିବ ।  ଅନ୍ୟପଟେ ଗହଳି ସ୍ଥାନ ବିଶେଷ କରି ବଜାର, ହାଟ ଓ ସାଧାରଣ ପରିବହନ ବ୍ୟବସ୍ଥା ପାଇଁ ସମାମାଜିକ ଦୂରତା ରଖିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଲଗା ଏସଓପି ଜାରି କରିବେ । ତେବେ ଆଗକୁ ରାଜ୍ୟ ସରକାର ମଧ୍ୟ ଡିସେମ୍ବର ମାସ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରି ପାରନ୍ତି ।