କନକ ବ୍ୟୁରୋ : କରୋନା କାଳରେ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ତାଗିଦ୍ । ସାରା ବିଶ୍ୱରେ ଏବେ କରୋନାର ନୂଆ ଷ୍ଟ୍ରେନ ଭୟ ବଢାଉଥିବା ବେଳେ ନୂଆ ବର୍ଷ ପାଳନ ଉପରେ ନଜର ରଖିବା ସହ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ବ୍ରିଟେନ୍ ଭୁତାଣୁ ଚିହ୍ନଟ ହୋଇସାରିଛି ।
ବିଦେଶ ଫେରନ୍ତା ଯାତ୍ରୀଙ୍କ ଠାରେ ନୂଆ ଭୁତାଣୁ ଚିହ୍ନଟ ହେବା ପରେ ସରକାରଙ୍କ ଆହୁରି ସତର୍କ ହୋଇଛନ୍ତି । ତେଣୁ କରୋନାର ନୂଆ ଭୁତାଣୁକୁ ଦୃଷ୍ଟିରେ ରଖି ଡିସେମ୍ବର ୩୦,୩୧ ଓ ଜାନୁଆରୀ ୧ରେ କଟକଣା ଲଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ଦେଇଛନ୍ତି । ବହୁତ ଲୋକ ଯେମିିତି ଗୋଟିଏ ସ୍ଥାନରେ ରୁଣ୍ଡ ହୋଇ ନୂଆ ବର୍ଷ ପାଳନ ନକରିବେ ତା ଉପରେ ନଜର ରଖିବାକୁ କେନ୍ଦ୍ର ସରକାକ ନିର୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/30-24.jpg)