କନକ ବ୍ୟୁରୋ: ଶିକାରୀ ଗୁଳିରେ ଆହତ ହୋଇ ଦନ୍ତାହାତୀ ଆଖିବୁଜିବା ପରେ ବିବାଦ ବଢ଼ିବାରେ ଲାଗିଛି । ହାତୀ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର । ପିସିସିଏଫଙ୍କ ଠାରୁ ଉତର ମାଗିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ଶୀଘ୍ର ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଗତ ୯ ଦିନ ତଳେ ନରସିଂହପୁର ପଶ୍ଚିମ ବନାଂଚଳ ଅଧୀନ ଜୟପୁର ସଂରକ୍ଷିତ ଜଙ୍ଗଲରେ ଶୀକାରୀଙ୍କ ଗୁଳିରେ ଆହତ ହୋଇଥିଲା ଏହି ହାତୀ ।
ଶୁଣ୍ଢରେ ଗୋଟିଏ, ଆଗ ଗୋଡ଼ରେ ଦୁଇଟି, କାନ୍ଧରେ ଦୁଇଟି, କାନ ପାଖରେ ଗୋଟିଏ, ଏହିପରି ମୋଟ୍ ୫ଟି ଗୁଳି ହାତୀ ଦେହରେ ଲାଗିଥଲା । ପରେ ବନ ବିଭାଗର ଏକ ଟିମ୍ ବହୁ କଷ୍ଟରେ ତାକୁ ଠାବ କରି ଚିକତ୍ସା ଆରମ୍ଭ କରିଥିଲେ ବି ସେତେବେଳକୁ ବିଳମ୍ବ ହୋଇଯାଇଥିଲା, ଆଉ ତାକୁ ବଂଚାଯାଇ ପାରି ନାହିଁ । ଶେଷରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ଶିକାରୀଙ୍କୁ ଧରିବା ଏକ ୪ ଜଣିଆ ଟିମ୍ ଗଠନ କରାଯାଇଥିଲା । ହେଲେ ଏଯାଏଁ ଶୀକାରୀଙ୍କୁ ଧରାଯାଇ ପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/silhouette-photo-of-elephant-during-golden-hour-2677843-1600x872-1.jpg)