ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଇଲେ କେନ୍ଦ୍ର ସରକାର । ତାଲିବାନର ଆଫଗାନ ଦଖଲ ପରେ କଣ ହେବ ଭାରତର ଅଭିମୁଖ୍ୟ ?

281

କନକ ବ୍ୟୁରୋ: ତାଲିବାନ ନେଇ କ’ଣ ହେବ ଭାରତର ରଣନୀତି? କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ମାନସ ମନ୍ଥନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଫଗାନିସ୍ତାନରେ ଲଗାତର ବିଗୁଡୁଥିବା ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ଆଫଗାନିସ୍ତାନରେ ଭାରତ ବଡ ନିବେଶ କରିଛି । ପ୍ରାୟ ୨୨ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପ କରିଛି ଭାରତ । ସଲମା ଡ୍ୟାମ୍, ସଂସଦ ଭବନ ଓ ଜାତୀୟ ରାଜପଥରୁ ଆରମ୍ଭ କରି ସ୍କୁଲ, ହସ୍ପିଟାଲ ଓ ଲାଇବ୍ରେରୀ ପରି ଏକାଧିକ ପ୍ରକଳ୍ପ କରୁଛି ଭାରତ ।

ଏବେ ତାଲିବାନ କବଜା କରିବା ପରେ ଭାରତ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଭାରତର କ’ଣ ରହିବ ରଣନୀତି, ସେନେଇ ଆଲୋଚନା କରାଯିବ । ତାଲିବାନ ଶାସନ ପରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ବର୍ତମାନ ସୁଦ୍ଧା ୫ ଶହରୁ ଅଧିକ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସ୍ୱଦେଶ ଫେରାଇ ଅଣାଯାଇ ସାରିଲାଣି ।