କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ୬ ରାଜ୍ୟକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦେବା ପରେ ଓଡିଶାରେ ସ୍ୱର ଉଠିଛି। ଯଦି ଅନ୍ୟ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଉଛି, ଓଡିଶାକୁ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି।

Advertisment

ଆନ୍ଧ୍ରପ୍ରଦେଶ

  • ପୋଲାଭରମ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ
  • ରାଜଧାନୀ ଅମରାବତୀର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ
  • ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଆର୍ଥିକ ପ୍ୟାକେଜ

କେରଳ

  • ୨୯ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ

ମଧ୍ୟପ୍ରଦେଶ

  • ସମତା ମେଳା ପାଇଁ ୨୦ ହଜାର କୋଟିର ସ୍ୱତନ୍ତ୍ର ଅନୁଦାନ

ଉତ୍ତରପ୍ରଦେଶ

  • ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ବିହାର

  • ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ

କର୍ଣ୍ଣାଟକ

  • ରାଜଧାନୀ ବେଙ୍ଗାଲୁରୁ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଅନୁଦାନ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ ଏକସପେଣ୍ଡିଚର ପକ୍ଷରୁ ଏହି ସୂଚନା ମିଳିବା ପରେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଦେଶର ପ୍ରମୁଖ ୬ ଟି ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଥିବା ବେଳେ ଓଡିଶାକୁ କାହିଁକି ନୁହେଁ ବୋଲି ଏବେ ପ୍ରଶ୍ନ ଉଠିଛି। ବିଜେଡି ଓ କଂଗ୍ରେସ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିବା ବେଳେ ବିଜେପି ଏହାର ଜବାବ ରଖିଛି।

ଓଡିଶା ଦୀର୍ଘ ଦିନରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ରାଜ୍ୟ ମାନ୍ୟତା ଦାବି କରି ଆସୁଛି। କିନ୍ତୁ ୨୪ ବର୍ଷ ପରେ ଓଡ଼ିଶାରେ ବିଜେଡି କ୍ଷମତାରୁ ହଟିଥିବା ବେଳେ ଚନ୍ଦ୍ରବାବୁ ଓ ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ସଙ୍କଟ ମୋଚକ ସାଜିଛନ୍ତି। ତେଣୁ ଉଭୟଙ୍କୁ ସନ୍ତୁଷ୍ଟ କରିବାକୁ ମୋଦୀ ସରକାର ଅନୁଦାନ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ପାଇଁ ଗତ ଦୁଇ ଦଶନ୍ଧି ଧରି ରାଜନୈତିକ ବୟାନବାଜି ଚାଲିଥିଲା । କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ସମୟରେ ଦିଲ୍ଲୀର ରାମଲୀଳା ମଇଦାନରେ ସ୍ୱାଭିମାନ ସମାବେଶଠାରୁ ଆରମ୍ଭ କରି ବିଭିନ୍ନ ଫୋରମରେ ବିଜେଡି ଏହି ପ୍ରସଙ୍ଗ ଉଠାଇଥିଲା।