ନିର୍ବାଚନ୍ ପୂର୍ବରୁ କାଲି ଆସିବ ପୂର୍ଣ୍ଣାଙ୍ଗ ବଜେଟ । ଜନତାଙ୍କ ସନ୍ତୁଷ୍ଟ କରି ବଜେଟ ଆଣିପାରନ୍ତି କେନ୍ଦ୍ର ସରକାର

6,339

କନକ ବ୍ୟୁରୋ: ସାରା ଦେଶର ନଜର ଏବେ ସାଧାରଣ ବଜେଟ ଉପରେ । କାରଣ ଏହି ବଜେଟ ହିଁ ଆଗାମା ବର୍ଷକ ପାଇଁ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇବ । କଣ ବଢିବ କଣ କମିବ? ସବୁବର୍ଗର ଜନତାଙ୍କ ଉପରେ କେତେକଣ ପ୍ରଭାବ ପଡିବ ସବୁ ଏହି ବଜେଟ ଉପରେ ହିଁ ନିର୍ଭର କରୁଛି । ଫେବୃଆରୀ ୧ରେ ସରକାର ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ସଂସଦ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କିଛି ଘଣ୍ଟା ପରେ ସଂସଦରେ ଉପସ୍ଥାପନ ହେବ ବଜେଟ । ନିର୍ବାଚନ ବର୍ଷ ହୋଇଥିବାରୁ ସାରା ଦେଶର ନଜର ବଜେଟ ଉପରେ ରହିଛି । ଟିକସଦାତାଙ୍କଠୁ ଆରମ୍ଭ କରି ଦେଶର ଛୋଟବଡ ବ୍ୟବସାୟୀ, ସାଧାରଣ ଜନତା ଆଶାବାଦୀ ରହିଛନ୍ତି । ବଜେଟ ବକ୍ସ ଖୋଲାଯିବା ପରେ କାହାକୁ ଆଶ୍ୱସ୍ତି ମିଳିବ କାହାର ଚିନ୍ତା ବଢିବ ଏହା କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ । ଚର୍ଚ୍ଚା ହେଉଛି କି କରୋନା ମହାମାରୀ ପରେ ସରକାରଙ୍କ ଏହି ପୂର୍ଣ୍ଣାଙ୍ଗ ବଜେଟ ବେଶ ଗୁରୁତ୍ୱ ବହନ କରୁଛି ।

କଣ ରହିବ କେନ୍ଦ୍ରୀୟ ବଜେଟର ରୂପରେଖ?

  • ନିର୍ବାଚନ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଉପରେ ଅନେକ ଆଶା ରହିଛି
  • ମୋଟ ବଜେଟର ପରିମାଣ ପୂର୍ବ ବର୍ଷ ତୁଳନାରେ କେତେ ରହିବ?
  • କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ ସରକାର?
  • ଦରଦାମ ହ୍ରାସ ପାଇଁ ପଦକ୍ଷେପ ନେଇପାରନ୍ତି
  • ଆୟ ଉପରେ ମିଳିପାରେ ଟିକସ ରିହାତି
  • ଯୁବ ଗୋଷ୍ଠୀଙ୍କୁ ଅଧିକ ନିଯୁକ୍ତି ସମ୍ଭାବନା
  • ବୟସ୍କଙ୍କୁ ଲାଗି ସାମାଜିକ ସୁରକ୍ଷା ସ୍କିମ୍ ଆସିପାରେ
  • ସଂଚୟ ଆକାଉଂଟରୁ ସୁଧ ଉପରେ ଟିକସ ଛାଡ ହୋଇପାରେ
  • ଗୃହ ଋଣରେ ରିହାତି ମିଳିପାରେ
  • ମୁଦ୍ରାସ୍ପୀତି ଉପରେ ଫୋକସ ସମ୍ଭାବନା
  • ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପରିବର୍ତନ ହୋଇପାରେ

ବଜେଟ ଆସିବା ପୂର୍ବରୁ ଆଜିଠୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପୂର୍ଣ୍ଣାଙ୍ଗ ବଜେଟ ପୂର୍ବରୁ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି ।

ଜନତାଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ କେନ୍ଦ୍ର ସରକାର ସବୁ ଦିଗ ଉପରେ ଫୋକସ କରିବେ ବୋଲି ଅର୍ଥନୀତି ବିଶେଷଜ୍ଞ ଆଶା ବ୍ୟକ୍ତ କରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହେବାକୁ ଯାଉଛି । ତେଣୁ ସରକାର ସବୁବର୍ଗଙ୍କୁ ସନ୍ତୁଷ୍ଟ କରିବା ଏହି ବଜେଟ ଆଣି ପାରନ୍ତି ।