କନକ ବ୍ୟୁରୋ: ସାରା ଦେଶର ନଜର ଏବେ ସାଧାରଣ ବଜେଟ ଉପରେ । କାରଣ ଏହି ବଜେଟ ହିଁ ଆଗାମା ବର୍ଷକ ପାଇଁ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇବ । କଣ ବଢିବ କଣ କମିବ? ସବୁବର୍ଗର ଜନତାଙ୍କ ଉପରେ କେତେକଣ ପ୍ରଭାବ ପଡିବ ସବୁ ଏହି ବଜେଟ ଉପରେ ହିଁ ନିର୍ଭର କରୁଛି । ଫେବୃଆରୀ ୧ରେ ସରକାର ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ସଂସଦ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
କିଛି ଘଣ୍ଟା ପରେ ସଂସଦରେ ଉପସ୍ଥାପନ ହେବ ବଜେଟ । ନିର୍ବାଚନ ବର୍ଷ ହୋଇଥିବାରୁ ସାରା ଦେଶର ନଜର ବଜେଟ ଉପରେ ରହିଛି । ଟିକସଦାତାଙ୍କଠୁ ଆରମ୍ଭ କରି ଦେଶର ଛୋଟବଡ ବ୍ୟବସାୟୀ, ସାଧାରଣ ଜନତା ଆଶାବାଦୀ ରହିଛନ୍ତି । ବଜେଟ ବକ୍ସ ଖୋଲାଯିବା ପରେ କାହାକୁ ଆଶ୍ୱସ୍ତି ମିଳିବ କାହାର ଚିନ୍ତା ବଢିବ ଏହା କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ । ଚର୍ଚ୍ଚା ହେଉଛି କି କରୋନା ମହାମାରୀ ପରେ ସରକାରଙ୍କ ଏହି ପୂର୍ଣ୍ଣାଙ୍ଗ ବଜେଟ ବେଶ ଗୁରୁତ୍ୱ ବହନ କରୁଛି ।
କଣ ରହିବ କେନ୍ଦ୍ରୀୟ ବଜେଟର ରୂପରେଖ?
- ନିର୍ବାଚନ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଉପରେ ଅନେକ ଆଶା ରହିଛି
- ମୋଟ ବଜେଟର ପରିମାଣ ପୂର୍ବ ବର୍ଷ ତୁଳନାରେ କେତେ ରହିବ?
- କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ ସରକାର?
- ଦରଦାମ ହ୍ରାସ ପାଇଁ ପଦକ୍ଷେପ ନେଇପାରନ୍ତି
- ଆୟ ଉପରେ ମିଳିପାରେ ଟିକସ ରିହାତି
- ଯୁବ ଗୋଷ୍ଠୀଙ୍କୁ ଅଧିକ ନିଯୁକ୍ତି ସମ୍ଭାବନା
- ବୟସ୍କଙ୍କୁ ଲାଗି ସାମାଜିକ ସୁରକ୍ଷା ସ୍କିମ୍ ଆସିପାରେ
- ସଂଚୟ ଆକାଉଂଟରୁ ସୁଧ ଉପରେ ଟିକସ ଛାଡ ହୋଇପାରେ
- ଗୃହ ଋଣରେ ରିହାତି ମିଳିପାରେ
- ମୁଦ୍ରାସ୍ପୀତି ଉପରେ ଫୋକସ ସମ୍ଭାବନା
- ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପରିବର୍ତନ ହୋଇପାରେ
ବଜେଟ ଆସିବା ପୂର୍ବରୁ ଆଜିଠୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପୂର୍ଣ୍ଣାଙ୍ଗ ବଜେଟ ପୂର୍ବରୁ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି ।
ଜନତାଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ କେନ୍ଦ୍ର ସରକାର ସବୁ ଦିଗ ଉପରେ ଫୋକସ କରିବେ ବୋଲି ଅର୍ଥନୀତି ବିଶେଷଜ୍ଞ ଆଶା ବ୍ୟକ୍ତ କରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହେବାକୁ ଯାଉଛି । ତେଣୁ ସରକାର ସବୁବର୍ଗଙ୍କୁ ସନ୍ତୁଷ୍ଟ କରିବା ଏହି ବଜେଟ ଆଣି ପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/01/35-11.jpg)