କନକ ବ୍ୟୁରୋ: ଦେଶ ଓ ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ? ମମତା ବାନାର୍ଜୀ ଓ ନୀତିଶ କୁମାରଙ୍କ ଏକ ବିବୃତି ଦେଶରେ ଏଭଳି ଚର୍ଚ୍ଚାକୁ ହାୱା ଦେଇଛି । ସେପଟେ ଆସନ୍ତାମାସ ୧୩ ତାରିଖରେ ଓଡିଶା ଆସୁଛନ୍ତି ନିର୍ବାଚନ କମିଶନଙ୍କ ଅଧିକାରୀ, ଯାହା ଆଗୁଆ ନିର୍ବାଚନ ଦ୍ୱନ୍ଦ୍ୱକୁ ବଢାଇଦେଇଛି ।

Advertisment
  • ଆଗୁଆ ହେବ କି ବିଧାନସଭା ଭୋଟ୍?
  • ଚର୍ଚ୍ଚା ବଢାଇଲା  ନିର୍ବାଚନ କମିଶନଙ୍କ ଓଡିଶା ଗସ୍ତ

ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଗଳି, କନ୍ଦିରେ ଆଲୋନଚା ଚାଲିଛି । ଆଉ ଏହି ଚର୍ଚ୍ଚା ଭିତରେ  ସେପ୍ଟେମ୍ବର ୧୩ ତାରିଖରେ ଓଡିଶା ଆସୁଛନ୍ତି ନିର୍ବାଚନ କମିଶନଙ୍କ ଅଧିକାରୀ । ଏହି ଟିମ୍ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ପର୍କରେ ଆଲୋଚନା କରିବେ ।

  • ରାଜ୍ୟରେ ନିର୍ବାଚନ ପାଇଁ  ଆବଶ୍ୟକ ଅନୁସାରେ ଇଭିଏମ ପହଞ୍ଚିିସାରିଛି
  • ୯ଟି ଜିଲ୍ଲା ପାଇଁ ଭିଭିପାଟ୍ ବି ଆସିସାରିଛି
  • ଅକ୍ଟୋବରରେ  ଇଭିଏମ ଓ ଭିଭିପାଟର ହେବ ଯାଞ୍ଚ

ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନିର୍ବାଚନ ନେଇ ଏହା ଏକ ପ୍ରକ୍ରିୟା । ଆଗୁଆ ନିର୍ବାଚନ ସହ ଏହାର କୌଣସି ସମ୍ପର୍କ ନାହିଁ ।

  • ଆଗୁଆ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଦଳ?
  • କିଏ ଜିତିବ ଭୋଟରଙ୍କ ମନ?
  • ଡିସେମ୍ବର-ଜାନୁଆରୀରେ ହେବ କି ସାଧାରଣ ନିର୍ବାଚନ?
  • ମମତା-ନୀତିଶଙ୍କ ବଡ ଦାବି ବଢାଇଲା ଚର୍ଚ୍ଚା

ସେପଟେ ମମତା ବାନାର୍ଜୀଙ୍କ ପରେ ଦେଶରେ ଆଗୁଆ ନିର୍ବାଚନ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଦାବି କରିଛନ୍ତି । ନୀତିଶ କହିଛନ୍ତି,  ବିଜେପି ୭-୮ ମାସ ପୂର୍ବରୁ ସାଧାରଣ ନିର୍ବାଚନ କରିଦେଇପାରେ । ଏଥିପାଇଁ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ସହଯୋଗୀଙ୍କୁ ଏକଜୁଟ ରହିବାକୁ ପଡିବ । ସୋମବାର ମମତା ବି କହିଥିଲେ, ବିଜେପିକୁ ଭରସା କରାଯାଇପାରିବ ନାହିଁ  । ଡିସେମ୍ବର-ଜାନୁଆରୀରେ ଦଳ ନିର୍ବାଚନ କରିଦେଇପାରେ । ନିର୍ବାଚନ ପାଇଁ ବିଜେପି ସବୁ ହେଲିକପ୍ଟରକୁ ବୁକ୍ କରିସାରିଛି ।

ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ହେବାକୁ ଯାଉଛି । ଆଉ ତା ପୂର୍ବରୁ  ମମତା-ନୀତିଶଙ୍କ ଭଳି ବଡ ନେତାଙ୍କ ବୟାନକୁ ହାଲ୍କା ଭାବେ ନିଆଯାଇନପାରେ ବୋଲି ଆଲୋଚନା ହେଉଛି ।