ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି। ତିନିମାସ ମିଳିବ ମାଗଣା ରାସନ। 

141

କନକ ବ୍ୟୁରୋ: ଆଉ ତିନିମାସ ମିଳିବ ମାଗଣା ରାସନ । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି କରିଛି କେନ୍ଦ୍ର କ୍ୟାବିନେଟ । ଏନେଇ କେନ୍ଦ୍ର କ୍ୟାବିନେଟ  ବୈଠକରେ ଅନୁମତି ମିଳିଛି । ଦେଶର ପାଖାପାଖି ୮୦ କୋଟି ହିତାଧିକାରୀ ଏହାର ସୁବିଧା ପାଇପାରିବେ ।  ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।