ଜାତୀୟ ଶିକ୍ଷା ନୀତି ଉପରେ ଶିକ୍ଷକଙ୍କ ମତାମତ ଲୋଡ଼ିଲା କେନ୍ଦ୍ର । ଅଗଷ୍ଟ ୩୧ ସୁଦ୍ଧା ଦେଇପାରିବେ ମତ ।

Advertisment
ଜାତୀୟ ଶିକ୍ଷା ନୀତି ଉପରେ ଶିକ୍ଷକଙ୍କ ମତାମତ ଲୋଡ଼ିଲା କେନ୍ଦ୍ର । ଅଗଷ୍ଟ ୩୧ ସୁଦ୍ଧା ଦେଇପାରିବେ ମତ ।

କନକ ବ୍ୟୁରୋ : ନୂତନ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପୂର୍ବରୁ ଦେଶର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କ ମତାମତ ଲୋଡ଼ିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିତା କରୱାଲ ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି। ଶିକ୍ଷକ, ଅଧ୍ୟକ୍ଷମାନେ ସରଳ ଭାବେ ଶିକ୍ଷା ନୀତିର ପ୍ରତି ବିଷୟ ଉପରେ ମତ ଦେଇପାରିବେ। ପରାମର୍ଶଗୁଡ଼ିକ ଆସିବା ପରେ ଏନସିଇଆରଟିର ବିଶେଷଜ୍ଞ ଟିମ୍‌ ତାହାକୁ ସମୀକ୍ଷା କରିବ। ଯେଉଁ ଅଧ୍ୟାପକଙ୍କ ପରାମର୍ଶ ବିଚାରଯୋଗ୍ୟ ହେବ ସେଗୁଡ଼ିକୁ ଆଉ ଥରେ ଆଲୋଚନା କରାଯିବ। ସେହି ଅଧ୍ୟାପକମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ। କମ୍‌ ଶବ୍ଦରେ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଛି। ନିଜ ଅନୁଭବ ଆଧାରରେ ପରାମର୍ଶ ଦେବାକୁ କେନ୍ଦ୍ର ଶିକ୍ଷା ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ଶିକ୍ଷକ ଓ ଅଧ୍ୟକ୍ଷମାନେ ‘http://innovateindia.mygov.in/nep2020’ କୁ ଯାଇ ପ୍ରଥମେ ସେମାନଙ୍କ ତଥ୍ୟ ଦେବେ। ଏହାପରେ ସେମାନେ ବିଷୟ ଅନୁଯାୟୀ ପ୍ରଶ୍ନକୁ ଅନୁଧ୍ୟାନ କରି ମତ ଦେଇପାରିବେ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବେ। ସରକାରୀ ବିଦ୍ୟାଳୟ, ଘରୋଇ ସ୍କୁଲ, ଅନୁବନ୍ଧିତ ସ୍କୁଲଙ୍କୁ ଅବଗତ କରାଇବା ପାଇଁ ଏସସିଇଆରଟି, ଡିଆଇଇଟି, ଡିଇଓ, ବିଆରସି, ସିଆରସିଙ୍କ ସହାୟତା ନେଇପାରିବେ। ଅଗଷ୍ଟ ୨୪ ତଥା ସୋମବାରଠାରୁ ଅଗଷ୍ଟ ୩୧ ମଧ୍ୟରେ ସେମାନଙ୍କ ମତାମତ ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe