କନକ ବ୍ୟୁରୋ : ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡିକୁ କେନ୍ଦ୍ର ପରାମର୍ଶ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପରାମର୍ଶ ଦେଲା କେନ୍ଦ୍ର । ୩ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ପ୍ରଥମ ହେଉଛି ଭାରତ ବନ୍ଦରେ କୋଭିଡ ନିୟମ କଡାକଡି ପାଳନ ହେବ, ଦ୍ୱିତୀୟରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱ ଦେବେ ରାଜ୍ୟ, ତୃତୀୟରେ ଯେକୌଣସି ସ୍ଥିତିରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱ ।

Advertisment

ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନରତ କୃଷକ । ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସି ରହିଛନ୍ତି କୃଷକମାନେ । କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଉଛି । ଅନେକ ଥର ସରକାରଙ୍କ ସହ ଆଲୋଚନା ପରେ ନିଜ ଜିଦରେ ଅଟଳ ଅଛନ୍ତି କୃଷକ ।

ତେଣୁ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି । କାଲି ଦିନ ୩ଟା ଯାଏଁ ଚକାଜାମ ରହିବ । ବନ୍ଦ ସମୟରେ ଜରୁରୀକାଳୀନ ସେବା ଚାଲୁ ରହିବ । ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୁଗ୍ଧ ଗାଡି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଭଳି କାମ ଚାଲୁ ରହିବ । ଏହାସହ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ସେବା ମଧ୍ୟ ପ୍ରଭାବିତ ହୋଇପାରେ ।