ଉଦଘାଟିତ ହେଲା ସେଣ୍ଟର ଫର ଇନୋଭେସନ ଆଣ୍ଡ ଇକ୍ୟୁବେସନ

73

କନକ ବ୍ୟୁରୋ: ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟ ଆନୁକୂଲ୍ୟରେ ଓ ରୁସା କାର୍ୟ୍ୟକ୍ରମ ଅଧୀନରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇକ୍ୟୁବେସନ ସ୍ଥାପନା କରାଯାଇଛି । ରବିବାର ସେପ୍ଟେମ୍ବର ୫ ତାରିଖ ଦିନ ଏହାର ଅନୁଷ୍ଠାନିକ ଉଦଘାଟନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କରିଥିଲେ ।

ପ୍ରଫେସର ସବିତା ଆଚାର୍ୟ୍ୟ ଅଭିଭାଷଣରେ କହିଥିଲେ ଯେ ଏହି କେନ୍ଦ୍ରର ସ୍ଥାପନା ବିଶ୍ୱବିଦ୍ୟାଳୟରେ, ଭୁବନେଶ୍ୱର ନଗରୀରେ ଏବଂ ଆଖପାଖ ଅଂଚଳରେ ବିଜ୍ଞାନ ଏବଂ ପଦ୍ୟୋଗୀକ କ୍ଷେତ୍ରରେ ଏକ ପ୍ରଭାଶାଳୀ ଭୂମିକା ନିର୍ବାହ କରିବ । ଏହି କେନ୍ଦ୍ର ଷ୍ଟାର୍ଟଅପ ମାନଙ୍କୁ ସେମାନଙ୍କର ପ୍ରଗତିର ପ୍ରତ୍ୟେକ ଚରଣରେ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବ । ଭିତ୍ତିଭୂମି ସୁବିଧା, ଆରମ୍ଭପୁଞ୍ଜି, ମାର୍ଗଦର୍ଶନ, ଆଇପିଆର ପଞ୍ଜିକରଣ, ବଜାର ଯୋଗ ସୂତ୍ର ଆଦି ବିଭିନ୍ନ ଯୋଜନା ମାଧ୍ୟମରେ ଷ୍ଟାର୍ଟ ଅପ ମାନଙ୍କୁ ସକ୍ଷମ କରାଯିବ । ସମସ୍ତ ବଜାର ଉପଯୋଗୀ ପ୍ରଦ୍ୟୋଗୀକିମାନଙ୍କୁ ସାହାଯ୍ୟ ପ୍ରଦାନ କରାଯିବ, ତଥାପି କୃଷି ପ୍ରଦ୍ୟୋଗୀକି, ଖାଦ୍ୟ ପ୍ରକ୍ରିୟାକରଣ, ବାୟୋଟେକ୍ନୋଲୋଜି, ଗ୍ରାମୀଣବିକାଶ, ସବୁଜ ପ୍ରଦ୍ୟୋଗୀକି ଇତ୍ୟାଦିକୁ ପ୍ରାଧାନ୍ୟଦିଆଯିବ ।

ଏହି କେନ୍ଦ୍ର ଆଗକୁ ଯାଇ କେବଳ ଓଡିଶା ନୁହଁ, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ଏକ ଉତ୍କୃଷ୍ଟ କେନ୍ଦ୍ର ଭାବେ ପରିଗଣିତ କରିବା ପାଈଁ ସମସ୍ତ ପ୍ରଚେଷ୍ଟା କରାଯିବା ପାଈଁ କର୍ତ୍ତୃପକ୍ଷ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ ।

ସେଣ୍ଟର ଫର ଏଗ୍ରି-ମ୍ୟାନେଜମେଣ୍ଟ ସେଣ୍ଟର ମୁଖ୍ୟ ଦୀପକ ରାମ ଉପସ୍ଥିତ ଥିଲେ ଏବଂ ଇନକ୍ୟୁବେସନ ସେଣ୍ଟରର ବିଭିନ୍ନ କାର୍ୟ୍ୟକଳାପ ବିଷୟରେ କହିଥିଲେ । ସମ୍ପ୍ରତି ସିଆଇଆଇ ଏହି ଇନକ୍ୟୁବେଟରକୁ ସୁରୁଖୁରୁରେ ଚଳାଇବା ପାଇଁ ଡକ୍ଟର ମନିଶା ଆଚାର୍ୟ୍ୟଙ୍କୁ ସିଇଓ ଏବଂ ଅନ୍ୟ ତିନିଜଣ ଅନୁଭବୀ ପ୍ରଫେସନାଲମାନଙ୍କୁ ପୂର୍ଣ୍ଣକାଳୀନ ବୃତ୍ତିଗତ ଭାବରେ ନିଯୁକ୍ତ କରିଛନ୍ତି ।