କନକ ବ୍ୟୁରୋ : ଗତ ସପ୍ତାହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିବଙ୍ଗ ଗସ୍ତ ବେଳେ ଏପରି କିଛି ବୟାନ ଶୁଣିବାକୁ ମିଳିଥିଲା । ଉଭୟ ବିଜେପି ଓ ମମତା ପରସ୍ପରକୁ ଆକ୍ରମଣ କରିବାକୁ ଭୁଲି ନଥିଲେ । ବାକ୍ ଯୁଦ୍ଧ, ଆରୋପ-ପ୍ରତ୍ୟାରୋପର ପର୍ବ ଜାରି ରହିଛି, ବରଂ ଦିନକୁ ତେଜିବାରେ ଲାଗିଛି । ଏସବୁ ଭିତରେ ପଶ୍ଚିମବଂଗ ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ଗଣାଯାଉଥିବା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ ଲେଖିଥିବା ଇଏ ହେଉଛି ସେହି ଇସ୍ତଫାପତ୍ର । ଗତ ମାସରେ ମମତା କ୍ୟାବିନେଟରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ବୁଧବାର ବିଧାୟକ ପଦଛାଡ଼ିଥିଲେ
ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଶୁଭେନ୍ଦୁଙ୍କ ଦବଦବା କେବଳ ନିଜର ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ନଥିଲା ବରଂ ମାଲାଦା, ମୁର୍ଶିଦାବାଦ, ପୁରଲିଆ, ବାନକୁରା ଓ ପଶ୍ଚିମ ମେଦିନାପୁରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା । କାରଣ ସେ ଏଡି ସବୁ ଅଂଚଳରେ ଟିଏମସି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ । ଏପଟେ ସାଉଥ ବେଙ୍ଗଲ ଷ୍ଟେଟ ଟ୍ରାନ୍ସପୋର୍ଟ କର୍ପୋରେସନର ଅଧ୍ୟକ୍ଷ ଦୀପ୍ତାଂଶୁ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଶୁଭେନ୍ଦୁ ଟିଏମସି ଛାଡ଼ିବା ଦିନ ହିଁ ଦୀପ୍ତାଂଶୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତେଣୁ ଏହାକୁ ଶୁଭେନ୍ଦୁଙ୍କ ପ୍ରଭାବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏସବୁ ଇସ୍ତଫାକୁ ଦଳକୁ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ମମତା ।
ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଲୋକସଭା ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ ପରେ ବିଜେପି ପଶ୍ଚିମବଂଗ ହାତେଇବାକୁ ସବୁ ବଳ ଲଗାଉଛି । ସେପଟେ ନିଜ ଗଡ଼ ବଂଚାଇବାକୁ ସବୁ ପ୍ରକାର ପୟାସରେ ଲାଗିଛନ୍ତି ମମତା ବାନାର୍ଜୀ ।