କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ଆସନ୍ତା ୪ରେ ପୁଣି ବସିବ ବୈଠକ

135

କନକ ବ୍ୟୁରୋ : କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ବିଜୁଳି ବିଲ ସର୍ତ୍ତ ଉପରେ କେନ୍ଦ୍ରର ସହମତି । ଏମଏସପି ରହିବା ନେଇ ଲିଖିତ ଭାବେ ଦେବାକୁ ପ୍ରସ୍ତୁତ । ଆସନ୍ତା ୪ରେ ପୁଣି ବସିବ ଉଭୟଙ୍କ ମଧ୍ୟରେ ବସିବ ବୈଠକ ।

ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ନିଜ ଦାବିରୁ ଓହରୁ ନାହାନ୍ତି ଚାଷୀ । ସେହିପରି ସରକାର ମଧ୍ୟ ତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନଥିଲେ । ଶେଷରେ ଆଜି ସରକାର ଦୁଇଟି ସର୍ତ୍ତରେ ରାଜି ହୋଇଛନ୍ତି ।