କରୋନା କାଳରେ କେମିତି ହେବ ପାଠପଢା ଓ ପରୀକ୍ଷା । ୨୦୨୧-୨୨ ଦଶମ ଓ ଦ୍ୱାଦଶ ପାଇଁ ଖସଡା ଘୋଷଣା କଲା ସିବିଏସଇ 

360

କନକ ବ୍ୟୁରୋ: କରୋନା କାଳରେ କେମିତି ହେବ ପାଠପଢ଼ା ଓ ପରୀକ୍ଷା । ୨୦୨୧-୨୨ ଶିଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖସଡ଼ା ଘୋଷଣା କରିଛି ସିବିଏସଇ । ଦୁଇଟି ଟର୍ମରେ ପୂରା ପାଠ୍ୟକ୍ରମକୁ ଭାଗ କରି ଦିଆଯାଇଛି । ପ୍ରତି ଟର୍ମରେ ରହିବ ୫୦ ପ୍ରତିଶତ ସିଲାବସ୍ । ଆଉ ପ୍ରତି ଟର୍ମ ଶେଷରେ ପରୀକ୍ଷା କରାଯିବ । ସିବିଏସଇ ପକ୍ଷରୁ ମାର୍ଚ୍ଚ ୩୧ ତାରିଖରେ ଯେଉଁ ସିଲାବସ୍ ପ୍ରକାଶ ପାଇଥିଲା, ତାକୁ ଅନୁସରଣ କରିବେ ସ୍କୁଲ । ଇଂଟରନାଲ୍ ଆସେସମେଂଟ, ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରୋଜେକ୍ଟକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି ସିବିଏସଇ ।

ନଭେମ୍ବର ଓ ଡିସେମ୍ବର ମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷା କରାଯିବ । ୯୦ ମିନିଟ୍ର ପରୀକ୍ଷାରେ କେବଳ ମଲ୍ଟିପଲ୍ ଚଏସ୍ ପ୍ରଶ୍ନ ପଡିବ । ସ୍କୁଲକୁ ପ୍ରଶ୍ନପତ୍ର ଓ ଓଏମଆର ସିଟ୍, ସିବିଏସଇ ପଠାଇବ ଏବଂ ଉତର ପତ୍ରକୁ ସିବିଏସଇ ପୋର୍ଟାଲରେ ଅପଲୋଡ୍ କରାଯିବ । ସେହିପରି ଦ୍ୱିତୀୟ ଟର୍ମ ପରୀକ୍ଷା ୨୦୨୨ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ କରାଯିବ । ୨ ଘଂଟାର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିରେ ସଂକ୍ଷିପ୍ତ ଓ ଦୀର୍ଘ ପ୍ରଶ୍ନ ରହିବ । କିନ୍ତୁ କରୋନା ପରିସ୍ଥିତିରେ ସୁଧାର ହୋଇନଥିଲେ, ଦ୍ୱିତୀୟ ଟର୍ମରେ ମଧ୍ୟ ୯୦ ମିନିଟର ପରୀକ୍ଷା ହେବ ଏବଂ ଏଥିରେ କେବଳ ମଲ୍ଟିପଲ୍ ପ୍ରଶ୍ନର ଉତର ଦେବେ ଛାତ୍ରଛାତ୍ରୀ ।