୨ ବର୍ଷ ପରେ ପରୀକ୍ଷା କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ । ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । 

129

କନକ ବ୍ୟୁରୋ : ଦୁଇ ବର୍ଷ ପରେ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଛନ୍ତି ସିବିଏସଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ । କୋଭିଡ କଟକଣା ଅନୁସାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆସନ୍ତାକାଲି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେବେ । ଦେଖନ୍ତୁ ବିଶେଷଜ୍ଞ କଣ ଟିପ୍ସ ଦେଇଛନ୍ତି ।

କରୋନା କାରଣରୁ ଗତ ଦୁଇ ବର୍ଷ ହେବ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇ ପାରିନଥିଲେ ଛାତ୍ରଛାତ୍ରୀ  । ଅନଲାଇନ କିମ୍ବା ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନ ମାଧ୍ୟମରେ ପରବର୍ତ୍ତି ଶ୍ରେଣୀକୁ  ଉତ୍ତୀର୍ଣ୍ଣ ହୋଇଥିଲେ  । କରୋନା ସଂକ୍ରମଣ କମିବା ପରେ ମଙ୍ଗଳବାଠାରୁ ଆରମ୍ଭ ହୋଇଛି ସିବିଏସଇର ଦଶମ ଏବଂ ଦ୍ୱାଦଶର ପରୀକ୍ଷା  । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଆସି କୋଭିଡ କଟକଣା ଭିତରେ ପରୀକ୍ଷା ଦେଇଛନ୍ତି  ।

ବୁଧବାର ହେବାକୁ ଯାଉଛି ସିବିଏସଇ ଦଶମ ଶ୍ରେଣୀ ଇଂରାଜୀ ବିଷୟ ପରୀକ୍ଷା  । ପୂର୍ବରୁ ଟର୍ମ ୧ ପରୀକ୍ଷାରେ ଛାତ୍ରଛାତ୍ରୀ ୪୦ ମାର୍କର ଏମସିକ୍ୟୁ ବା ବହୁ ବିକଳ୍ପଯୁକ୍ତ ପ୍ରଶ୍ନର ଉତ୍ତର ରଖିଥିଲେ କିନ୍ତୁ ଟର୍ମ ୨ରେ ସେହି ୪୦ ମାର୍କ ବିଶିଷ୍ଟ ପରୀକ୍ଷା ହେଉଥିବାବେଳେ ବିଷୟ ଭିତ୍ତିକ ପ୍ରଶ୍ନ ଆସିବ ବୋଲି ସ୍ପଷ୍ଟ କରିଛି ସିବିଏସଇ  ।  ତେବେ ଇଂରାଜୀ ବିଷୟରେ କ୍ରମ ଅନୁସାରେ ପ୍ରଶ୍ନର ଉତ୍ତର ଲେଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ  । ସେହିଭଳି ଇଂରାଜୀ ଏକ ଭାଷା ସାହିତ୍ୟ ବିଷୟ ହେଇଥିବାରୁ ,ପଦ୍ୟ ଏବଂ ଗଦ୍ୟକୁ ଘୋଷି ମନେରଖିବା ଅପେକ୍ଷା ଭଲଭାବେ ବୁଝି, ପ୍ରଶ୍ନର ଉତ୍ତର ରଖିବାକୁ କହିଛନ୍ତି ଇଂରାଜୀ ବିଷୟ ବିଶେଷଜ୍ଞ । ତେବେ ଆସନ୍ତୁ ନଜର ପକାଇବା ଛାତ୍ରଛାତ୍ରୀଙ୍କୁ କଣ ଟିପ୍ସ ଦେଉଛନ୍ତିି ବିିଶେଷଜ୍ଞ..

-ଇଂରାଜୀ ବିଷୟରେ ବ୍ୟାକରଣଗତ ତ୍ରୁଟି ଉପରେ ନଜର

-ବିଷୟଭିତ୍ତିକ ପ୍ରଶ୍ନ ଆସୁଥିବାରୁ କି-ପଏଣ୍ଟସକୁ ହାଇଲାଇଟ କରିବା

-ବିଷୟଭିତ୍ତିକ ପ୍ରଶ୍ନରେ ଅଧିକ ଲେଖିବା ଅପେକ୍ଷା ବିଷୟବସ୍ତୁ ଉପରେ ଧ୍ୟାନ ଦେବାକୁ ପଡିବ

-କି-ପଏଂଟସକୁ ହାଇଲାଇଟ କରିବା

-ପରୀକ୍ଷା ପୂର୍ବରୁ ପ୍ରଶ୍ନ ପଢିବା ଲାଗି ଦିଆଯାଇଥିବା ୧୫ ମିନିଟର ସୁ-ଉପଯୋଗ କରିବା

-ସମୟ ଅନୁସାରେ ପ୍ରଶ୍ନର ଉତ୍ତର ସାରିବାକୁ ଚେଷ୍ଟା କରିବା

ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ରାଜ୍ୟରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି  । ପରୀକ୍ଷାଗୁଡିକ ସମସ୍ତ କୋଭିଡ କଟକଣା ଭିତରେ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛି ସିବିଏସଇ ।